Home ଜିଲ୍ଲା ପରିକ୍ରମା ସାମାନ୍ୟ ବର୍ଷାରେ ଗୌରାଙ୍ଗପୁର ଏସ୍‌କେଫର ବନ୍ୟାଜଳକୁ ନେଇ ଜନସାଧାରଣ ଚିନ୍ତାରେ

ସାମାନ୍ୟ ବର୍ଷାରେ ଗୌରାଙ୍ଗପୁର ଏସ୍‌କେଫର ବନ୍ୟାଜଳକୁ ନେଇ ଜନସାଧାରଣ ଚିନ୍ତାରେ

34

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏକ ବନ୍ୟା ଅଞ୍ଚଳ । ସାମାନ୍ୟ ବର୍ଷା କିମ୍ବା ବନ୍ୟା ହେଲେ ବ୍ଲକର ୩୧ ପଂଚାୟତ ମଧ୍ୟରୁ ପ୍ରାୟ ୨୭ ପଂଚାୟତ ଚାଷଜମି ଜଳମଗ୍ନ ହୋଇଥିବାବେଳେ ୧୭ପଂଚାୟତର ରାସ୍ତାଘାଟ ଓ ଘର ବନ୍ୟାଜଳରେ ବ୍ୟାପକ କ୍ଷତି କରାଇଥାଏ । ଧାମନଗର ବ୍ଳକର ନଦୀବନ୍ଧ ସୁଦୃଢି କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ସ୍ଥାୟୀ ପ୍ରତିକାର କରାଯାଉଥିଲେ ମଧ୍ୟ ପ୍ରତିବର୍ଷ ସାମାନ୍ୟ ବର୍ଷାରେ ଧାମନଗର ଅଞ୍ଚଳରେ ବନ୍ୟା ହୋଇ ସ୍ଥିତି ବେହାଲ କରିଦିଏ । ତେବେ ଏହି ବନ୍ୟାର ମୁଖ୍ୟ କାରଣ ହେଲା ବୈତରଣୀ ନଦୀର ମଲ୍ଲିମାହାରା ଓ ଗୌରାଙ୍ଗପୁରରେ ଥିବା ଗୌରାଙ୍ଗପୁର ଏସ୍‌କେପ ଯାହାକି ବର୍ଷ ବର୍ଷ ଧରି ଏହି ଏସକ୍‌କେପ ଉଚ୍ଚତା ବୃଦ୍ଧି ସାଙ୍ଗକୁ ସୁଦୃଢି କରଣ ହେଉନଥିବାରୁ ଧାମନଗର ବନ୍ୟା ସବୁ ବର୍ଷ ହେଉଛି । ଏବେ ମାସକ ତଳେ ଗୌରାଙ୍ଗପୁର ଓ ମଲ୍ଳିମାହାର ଏସ୍‌କେଫ ମରାମତି ପାଇଁ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବାବେଳେ ଗୌରାଙ୍ଗପୁର ଏସ୍‌କେପ୍ କାମ ନିମ୍ନମାନର ଯୋଗୁ ଚଳିତ ବନ୍ୟାରେ ଏସ୍‌କେପ୍‌ଟି ସମ୍ପୁର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ସେହିପରି ଉକ୍ତ ଏସ୍‌କେଫ ଦେଇ ବନ୍ୟାଜଳ ଆସୁଥିବାରୁ ଏହି ବନ୍ୟାଜଳରେ ସୋହଡ଼ା ପଂଚାୟତର ବାଲିପଡ଼ା, ଗୌରାଙ୍ଗପୁର, ଦୁଲାରପୁର, ପାଟୁଳିଆ (ଜେନାସାହି) ଓ ସୋହଡ଼ା ଗ୍ରାମର ପ୍ରାୟ ୨ହଜାର ଲୋକ ବନ୍ୟା ଘେରରେ ରହିଥିଲେ ।

ବନ୍ୟା ଆସି ଛାଡ଼ି ଯାଏ ହେଲେ ସୋହଡ଼ା ପଂଚାୟତର ଲୋକଙ୍କ ବନ୍ୟା ଦୁଃଖ ସରେନାହିଁ । ପ୍ରାୟ ୪ରୁ ୫ଦିନ ଏହି ପଂଚାୟତର ଲୋକମାନେ ବନ୍ୟା ଘେରରେ ରହିଥାଆନ୍ତି । ସୂଚନାଥାଉକି ବେଦପୁର- ପଧାନୀ ରାସ୍ତାଟି ଏହି ବନ୍ୟାପାଣି ବାଧକ ସୃଷ୍ଟି କରିଥାଏ । କାରଣ ଗୌରାଙ୍ଗପୁର ଏସ୍‌କେପର ବୈତରଣୀ ନଦୀରୁ ଯେଉଁ ବନ୍ୟାଜଳ ଆସିଥାଏ ଉକ୍ତ ରାସ୍ତା ସେହି ବନ୍ୟାଜଳକୁ ଅଟକାଇଥାଏ । କାରଣ ଉକ୍ତ ରାସ୍ତାର ବନ୍ୟାଜଳ ନିଷ୍କାସନ ପାଇଁ ସେପରି ବ୍ୟବସ୍ତା ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ବେଦପୁର- ପଧାନୀ ରାସ୍ତାର ସୋହଡ଼ା ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଜଳନିଷ୍କାସନ ପାଇଁ ଏକ ପୋଲ ନିର୍ମାଣ ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ହୋମ୍‌ପାଇପ୍ ବସାଯାଇ ବନ୍ୟାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବବୋଲି ସହକାରୀ ଯନ୍ତ୍ରୀ ଅମ୍ବିକାବଲ୍ଲଭ ସ୍ୱାଇଁ ପ୍ରକାଶ କରିଥିଲେ । ସୋହଡ଼ା ପଂଚାୟତର ପ୍ରାୟ ୨ହଜାର ଲୋକ ବନ୍ୟା ସମସ୍ୟା ଦୂରପାଇଁ ତୁରନ୍ତ ଗୌରାଙ୍ଗପୁର ଏସ୍‌କେଫକୁ ଉଚ୍ଚତ ବୃଦ୍ଧିସହ ବେଦପୁର- ପଧାନୀ ରାସ୍ତାର ବିଭିନ୍ନ ସ୍ଥାନରେ ପୋଲ ନିର୍ମାଣ କରିବାକୁ ଦାବି କରାଯାଇଛି । ଅପରପକ୍ଷେ ନିକଟରେ ଗୌରାଙ୍ଗପୁର ଏସ୍‌କେଫଟି ନିମ୍ନମାନର କାମ ହୋଇଥିବାରୁ ଏ ଦୀଗରେ ଭିଜିଲାନ୍ସ ତଦନ୍ତ ପାଇଁ ସୋହଡ଼ା ଅଞ୍ଚଳର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରାକାର ତରାଇ, ସମାଜସେବୀ ନିତ୍ୟାନନ୍ଦ ମିଶ୍ର, ନନ୍ଦକିଶୋର ଖଣ୍ଡୁଆଳ, କୂଳମଣୀ ବେହେରା, ପ୍ରଶାନ୍ତ ବିଶ୍ୱାଳ, ଗୌରାଙ୍ଗ ବାରିକ, ହରିଶଚନ୍ଦ୍ର ବେହେରା ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.