Home ଜିଲ୍ଲା ପରିକ୍ରମା ବ୍ୟାଙ୍କ ଡକାଏତ ଯୋଜନା ବିଫଳ,୭ ଡକାଏତ ଗିରଫ ,ମାରଣାସ୍ତ୍ର ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ...

ବ୍ୟାଙ୍କ ଡକାଏତ ଯୋଜନା ବିଫଳ,୭ ଡକାଏତ ଗିରଫ ,ମାରଣାସ୍ତ୍ର ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ

134

ମାଲକାନଗିରି,୧୧ା୧୦(ଓଡିଆ ପୁଅ ) ମାଲକାନଗିରି ଥାନା ପୁଲିସକୁ ମିଳିଛି ଏକ ବଡ ଧରଣର ସଫଳତା,ସହର ସମତେ ବିଭିନ୍ନ ସ୍ଥାନରେ ଡକାଏତି ରେ ସାମିଲ ଥିବା ୭ଜଣ ଡକାଏତ ଙ୍କୁ ଗିରଫ କରିଛି ପୁଲିସ, ଗିରଫ ମାନଙ୍କ ମଧ୍ୟରେ ୫ଜଣ ୧୮ରୁ ୨୨ବର୍ଷର ଯୁବକ ଥିବା ବେଳେ ଅନ୍ୟଦୁଇଜଣ ୧୪ରୁ ୧୬ବର୍ଷର ନାବାଳକ ଅଛନ୍ତି ।ଗତ କିଛିଦିନ ହେଲେ ମାଲକାନଗିରି ସହର ସହିତ କାଲିମେଳା,ଓରକେଲ ଅଚଂଳର ବିଭିନ୍ନ ସ୍ଥାନରେ ଚୋରୀ ଡକାଏତ ଲାଗିରହିଥିବାର ଖବର ପାଇ ଏସପି ରିଶିକେଶ ଖିଲାରୀ ଡି ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ସ୍କାର୍ଡ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରିରହିଥିଲା । ଗତ କାଲିରାତ୍ର ୧୦ଟାରେ ମାଲକାନଗିରି ଥାନାରେ ଖବର ପହଁଚିଥିଲା କିଛି ଯୁବକ ମାରଣାସ୍ତ୍ର ଧରି ମାଲକାନଗିରି ସହର ପ୍ରବେଶ ଦ୍ୱାରା ଭୈରବୀ ମନ୍ଦୀର ନିକଟରେ ଏକତ୍ରୀତ ହୋଇ ବ୍ୟାଙ୍କ ଡକାଏତ ିପାଇଁ ଯୋଜନା ଚଳାଇ ଛନ୍ତି । ଏହି ଖବର ପାଇ ମାଲକାନଗିରି ଥାନା ଅଧିକାରୀଙ୍କ ସହିତ ସ୍ୱତନ୍ତ୍ର ପୁଲିସ ଟିମ ସେଠାରେ ପହଁଚି ଅଚାନକ ଭାବେ ସେମାନଙ୍କ ଉପରେ ଚଢାଉ କରିଥିଲେ ,ସେମାନେ ଖସି ପଳାଇବା ଆଗରୁ ପୁଲିସ ଘେରି ଯାଇ ୭ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ସେମାନଙ୍କ ଠାରୁ ଲୁହାରଡ,ଭୁଜାଲୀ,କଟୁରୀ,ଲୁହାକଟା ଆରୀ, ୨ଟି ନକଲି ପିସ୍ତଲ,୪ଟି ମଟର ସାଇକେଲ,ସୁନାଚେନ, ସୁନା ଲକେଟ,ମୋବାଇଲ ଫୋନ,କମ୍ପ୍ୟୁଟର, ସିପିୟୁ,ହୋମ ଥିଏଟର,ସାଉଣ୍ଡ ବକ୍ସ,ଲାପଟପ,୩ଟି ଏଲଇଡି ଟିଭି,ନଗଦ୧୦,୫୦୦ଟଙ୍କା,କିଛି ନୁଆ ଜିନ ପ୍ୟାଟଂ ଆଦି ଲକ୍ଷାଧିକ ଟଙ୍କାର ୨୫ପ୍ରକାର ଚୋରୀ ସାମଗ୍ରୀ ଜବତ ହୋଇଛି ।ସେମାନଙ୍କୁ ଥନାକୁ ଆଣି ପଚରା ଉଚରା କରିବା ପରେ ସେମାନଙ୍କ ପରିଚୟ ଜଣାପଡିଥିଲା । ଗିରଫ ଯୁବକ ମାନେ ହେଲେ ମାଲକାନଗିରି ଜିଲ୍ଲାସଦର ମହକୁମା ରିକ୍ଲାମେସନ କଲୋନିର ଜଗନ୍ନାଥ ଦେବନାଥ(୧୯),ପୁରୁଣା ମେଡିକାଲ କଲୋନିର ରାଜୁ ଗାୟନୀ(୨୨) ଓରଫ ରାଜା,ଏଜୁକେସନ କଲୋନିର ସୋମ୍ୟରଜଂନପରିଡା(୧୮), ଏମଭି୪୫ଗ୍ରାମର ରାହୁଲ ମୈତ୍ର(୧୯),ଝୁଟୁଂଲାଲ ମଣ୍ଡଳ(୨୦) ଓ ଅନ୍ୟ ଦୁଇଜଣ ନାବଳକ ରହିଛନ୍ତି । ଏମାନେ ସଂଘବଦ୍ଧ ଭାବେ ମାଲାକନଗିରି ଥାନା ଅଚଂଳରେ୧୩ଟି ସ୍ଥାନରେ କାଲିମେଳା ଥାନା ଅଚଂଳରେ ଗୋଟିଏ ସ୍ଥାନରେ ଓ ଓରକେଲ ଥାନା ଅଚଂଳରେ ଗୋଟିଏ ସ୍ଥାନରେ ଡାକାଏତ କରିଥିବାର ଜଣାପଡିଛି,ବିଶେଷ କରି ଓରକେଲ ଥାନାସ୍ଥ ତାର୍ଲାକୋଟା ଏମଭି୩୭ ଠାରେ ଥିବା ବ୍ୟାଙ୍କ କବାଟ ଭାଙ୍ଗି କମ୍ପ୍ୟୁଚର ସହ ଅନ୍ୟାନ ସାମଗ୍ରୀ ଲୁଟିନେଇଥିଲେ , ବ୍ୟାଙ୍କର ଆରନ ଚେଷ୍ଟ ଭାଙ୍ଗି ପାରିନଥିବାରୁ ଟଙ୍କା ନେଇପାରିନଥିଲେ । ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗିରଫ ହୋଇଥିବା ଡକାଏତ ଓ ଜବତ ସାମଗ୍ରୀ କୁ ପ୍ରଦର୍ଶନ କରିଥିଲେ,୫ଜଣ ଯୁବକଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବାବେଳେ ଅନ୍ୟ ଦୁିଜଣ ନାବାଳକଙ୍କୁ ଜୁଭେନାଲ କୋର୍ଟକୁ ଚାଲାଣ କରାଯାଇଛି, ଗିରଫ ଡକାଏତ ଗ୍ୟାଙ୍ଗଙ୍କ ସଂପର୍କରେ ସୁଚନା ଦେଇ ଏହି ଗ୍ୟାଙ୍ଗରେ ଅନ୍ୟକାହାରି ସଂପୃକ୍ତି ରହିଛି କି ନାହିଁ ସେ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ଏସପି ରିଶିକେଶ ଖିଲାରୀ ଡି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.