Home ଓଡ଼ିଶା ଇରାନୀ ରାୟ ପ୍ରାର୍ଥୀପତ୍ର ଦାଖଲ କଲେ

ଇରାନୀ ରାୟ ପ୍ରାର୍ଥୀପତ୍ର ଦାଖଲ କଲେ

735

ନୟାଗଡ଼, ୩୦ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ବିଜେପି ନେତ୍ରୀ ଇରାନୀ ରାୟ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀ ଭାବେ ସେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କର ଅଗଣିତ କର୍ମୀ, ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ବାଉଁଶିଆପଡ଼ା ଠାରୁ ଆାସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ। ପରେ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଦାଖଲବେଳେ ତାଙ୍କ ସାଥୀରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ଜିଲ୍ଲା ବିଜେପି ସଭାପତି ସନ୍ୟାସୀ ନାୟକ, ବିଜେପି ନେତା ଲାଲା ମନୋଜ ରାୟ, ବିଶ୍ୱନାଥ ବରାଡ଼, ପ୍ରଭାତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

https://www.facebook.com/irani.ray.7/videos/345620846078757/

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.