Home କେନ୍ଦ୍ରାପଡ଼ା ବ୍ୟାଙ୍କରୁ ଋଣରେ ବ୍ୟବସାୟ ଆରମ୍ଭ କରିଥିବା ଏସଏଚଜି କରୋନା ସମୟରେ ଋଣ ପରିଷୋଧ ପାଇଁ ଅଧିକ...

ବ୍ୟାଙ୍କରୁ ଋଣରେ ବ୍ୟବସାୟ ଆରମ୍ଭ କରିଥିବା ଏସଏଚଜି କରୋନା ସମୟରେ ଋଣ ପରିଷୋଧ ପାଇଁ ଅଧିକ ସମୟ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ

133

କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିବା ସ୍ୱୟଂ ସହାୟିକା ଗୋଷ୍ଠି କରୋନା ମହାମାରୀ ସଂକ୍ରମଣ ଯୋଗୁଁ ବ୍ୟବସାୟ କରିପାରୁ ନଥିବାରୁ ବ୍ୟାଙ୍କ ଋଣ ପରିଷୋଧ ପାଇଁ ଅଧିକ ସମୟ ଦେବାକୁ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଲୋକନାଥପୁର ଗ୍ରାମର ବଜରଙ୍ଗବାଲି ସ୍ୱୟଂ ସହାୟିକା ଗୋଷ୍ଠିର ଦଳିତବର୍ଘର ମହିଳା ସଦସ୍ୟାମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ପଟ୍ଟାମୁଣ୍ଡାଇ ବ୍ୟାଙ୍କ ଅଫ ବରୋଦା ଶାଖାରୁ ଗତ ୨୦୧୯ ମସିହାରେ ଋଣ ନେଇ ବେତ, ବାଉଁଶ ଓ ନାଳିଆ ପ୍ରଭୃତି ତିଆରି କରି ତାକୁ ବିକ୍ରୀକରି ବ୍ୟାଙ୍କର ଋଣ କିସ୍ତି ପଇଠ କରିଆସୁଥିଲେ। କିନ୍ତୁ କରୋନା ମହାମାରୀ ସଂକ୍ରମଣ ଆରମ୍ଭ ହୋଇଯିବା ପରେ ସରକାରଙ୍କ ତାଲାବନ୍ଦ ବ୍ୟବସ୍ତା ଲାଗୁ ହୋଇଯିବାରେ ସେମାନେ କଂଚାମାଲ ପାଇଁ ବାହାରକୁ ବାହାରିବା ଆଉ ସମ୍ଭବ ହେଲାନାହିଁ। ଏଥିସହିତ ଗତ ବାତ୍ୟାରେ ସେମାନଙ୍କ ନିକଟରେ ଥିବା ସମସ୍ତ ନିର୍ମିତ ଜିନିଷ ଗୁଡିକ ନଷ୍ଟ ହୋଇଗଲା। ଏଭଳି ସମୟରେ ସେମାନେ ନିଜ ପରିବାର ଚଳାଇବା ଅସମ୍ଭବ ହୋଇପଡିଥିବା ବେଳେ ବ୍ୟାଙ୍କଋଣ ଶୁଝିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି। ଏଣୁ ସେମାନଙ୍କୁ ବ୍ୟାଙ୍କ ଋଣ ଶୁଝିବା ପାଇଁ ଅଧିକ ସମୟ ଦେବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ନିବେଦନ କରିଥିଲେ। ବଜରଙ୍ଗବାଲି ସ୍ୱୟଂ ସହାୟିକା ଗୋଷ୍ଠି ପକ୍ଷରୁ ସଭାନେତ୍ରୀ ସନ୍ତୋଷି ଜେନା, ସମ୍ପାଦିକା ଅଳକା ଜେନା, ଝୁନି ଜେନା, କବିତା ଜେନା, ଝୁନା ଜେନା, ଶସ୍ମିତା ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.