Home ଓଡ଼ିଶା ବ୍ୟାଙ୍କମାନଙ୍କ ସହ ସମୀକ୍ଷା ପରେ କେନ୍ଦ୍ରଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ୟାଙ୍କମାନଙ୍କ ସହ ସମୀକ୍ଷା ପରେ କେନ୍ଦ୍ରଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1019

ବାତ୍ୟା ପ୍ରଭାବିତ ହୋଟେଲ ଶିଳ୍ପ ତଥା କୃଷି, ପଶୁପାଳନ ଓ ଆନୁସଙ୍ଗିକ କ୍ଷେତ୍ରପାଇଁ ବ୍ୟାଙ୍କ ମାନଙ୍କ ଦ୍ୱାରା ସୁହାଇବା ଭଳି ବ୍ୟବସ୍ଥା କରିବାକୁ ଅନୁରୋଧ।

– ଇନସ୍ୟୁରାନ୍ସ କ୍ଲେମ୍ ପକ୍ରିୟାକୁ ତ୍ୱରାନ୍ୱିତ କରାଯାଉ।
– ଏସ୍ବିଆଇ ଯେପରି ବ୍ୟାଙ୍କ ଖାତା ଦେଖାଇଲେ୨୦୦୦ ଟଙ୍କା ପ୍ରଦାନ କରୁଛି, ଅନ୍ୟ ବ୍ୟାଙ୍କ ଗୁଡ଼ିକ ଏହି ସୁବିଧା ଦିଅନ୍ତୁ
– ବ୍ୟାଙ୍କିଙ୍ଗ କରେସପଣ୍ଡେଂଟ ଓ କମନ ସର୍ଭିସ ସେଂଟର ମାଧ୍ୟମରେ ବାତ୍ୟା ପ୍ରଭାବିତ ଅଂଚଳରେ ଟଙ୍କା ଉଠାଣ କରାଯିବର ସୁବିଧା ଉପଲବ୍ଧ କରାଯିବା ଉପରେ ଗୁରୁତ୍ୱ
– ଏ ସମ୍ପର୍କରେ ବ୍ୟାଙ୍କ ଗୁଡିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ

ଭୁବନେଶ୍ୱର, ୯ ମଇ (ଓଡ଼ିଆ ପୁଅ) – ଫୋନି ବାତ୍ୟାରେ ପୁରୀର ହୋଟେଲ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ହୋଟେଲ ଭିତିଭୂମିକୁ ସୁଧାରିବା ପାଇଁ ବର୍ତମାନ ଆର୍ଥିକ ଆବଶ୍ୟକତା ରହିଛି। ହୋଟେଲ ଶିଳ୍ପକୁ ପୁଣିଥରେ ଗତିଶୀଳ କରିବା ପାଇଁ ସେମାନଙ୍କୁ ସୁହାଇବା ଭଳି ପୁରୁଣା ଋଣର ସରଳି କରଣ ଓ ସହଜ ନୂଆ ଋଣ ପ୍ରଦାନ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହା ସହ କୃଷି, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ ଓ ପଶୁପାଳନ ଆଦି କ୍ଷେତ୍ରରେ ବ୍ୟାପକ କ୍ଷତି ପରୀପ୍ରେକ୍ଷୀରେ ଏହି ସବୁ ପ୍ରାଥମିକ କ୍ଷେତ୍ର ଗୁଡ଼ିକ ପାଇଁ ଅଳ୍ପ ସୁଧରେ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅନୁରୋଧ କରିଛନ୍ତି।

ଏହା ଦ୍ୱାରା ପୁରୀ ଜିଲ୍ଲାରେ ହୋଟେଲ ଶିଳ୍ପ ପୁଣିଥରେ ଠିଆ ହୋଇପାରିବ। ତେଣୁ ଏ ସମ୍ପର୍କରେ ବ୍ୟାଙ୍କ ଗୁଡିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯଦି ଏହି ଚାଷୀମାନଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ସୁହାଇବା ଭଳି ସୁଧ ହାରରେ ପ୍ରଦାନ କରାଯିବ ତେବେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଲାଭ ମିଳିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି।

ଫନି ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ରାଜ୍ୟରେ କାମ କରୁଥିବା ବ୍ୟାଙ୍କ ଗୁଡ଼ିକ ସହ ସମିକ୍ଷା ବୈଠକ ସମୟରେ ବ୍ୟାଙ୍କ ଖାତା ଦେଖାଇଲେ ଏସ୍ ବି ଆଇ ଯେପରି ଭାବରେ ୨୦୦୦ ଟଙ୍କା ପ୍ରଦାନ କରୁଛି, ଅନ୍ୟ ବ୍ୟାଙ୍କ ଗୁଡ଼ିକ ଏହି ସୁବିଧା ବାତ୍ୟା ପ୍ରଭାବିତ ଅଂଚଳରେ ଉପଲବ୍ଧ କରାଇବା ପାଇଁ ବ୍ୟାଙ୍କ ମାନଙ୍କୁ କହିଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହ ବ୍ୟାଙ୍କିଙ୍ଗ କରେସପଣ୍ଡେଂଟ ଓ କମନ ସର୍ଭିସ ସେଂଟର ମାଧ୍ୟମରେ ବାତ୍ୟା ପ୍ରଭାବିତ ଅଂଚଳରେ ଟଙ୍କା ଉଠାଣ କରାଯିବର ସୁବିଧା ଉପଲବ୍ଧ କରାଯିବା ଉପରେ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ଫୋନି କାରଣରୁ ପ୍ରଭାବିତ ଜିଲ୍ଲା ମାନଙ୍କରେ ସମ୍ପତିର ବିପୁଳ କ୍ଷତି ହୋଇଛି। ତେଣୁ ବୀମା କରିଥିବା ଲୋକମାନଙ୍କର ଇନସ୍ୟୁରାନଓ କ୍ଲେମକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଅର୍ଥନୀତିକୁ ପୁଣିଥରେ ଗତିଶୀଳ କରାଯାଇ ପାରିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.