Home ଜିଲ୍ଲା ପରିକ୍ରମା ହଳଧରଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ

ହଳଧରଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ

42

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ସୀମାବର୍ତ୍ତୀ ପଢିଆରୀ ପଲ୍ଲୀ ପଞ୍ଚାୟତ କହାଳିଆ ଗ୍ରାମର ବଂଶୀଧର ବେହେରାଙ୍କ ପୁଅ ହଳଧର (୪୮)ଙ୍କ ଗତକିଛି ଦିନ ହେବ ଦୁଇଟି ଯାକ କିଡ଼ିନି ନଷ୍ଟ ହୋଇ ଯାଇଛି । ଆର୍ଥିକ ଅନାଟନ ମଧ୍ୟରେ ସେ ଡ଼ାଏଲିସସ କରି ଆସୁଛନ୍ତି । ମାତ୍ର ଏବେ ଡ଼ାଏଲିସସ ନିମନ୍ତେ ତାଙ୍କ ପାଖରେ ସମ୍ବଳ ନାହିଁ । ତେଣୁ ସେ ଏନେଇ ଚିନ୍ତାଗ୍ରସ୍ତ ଅବସ୍ଥାରେ ଅଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା ସାମାଜିକ ସଙ୍ଗଠନ ସହାୟତାର ହାତ ବଢାନ୍ତି ତେବେ ସେ କିଡ଼ିନି ରୋପଣ କରିବାକୁ ସମର୍ଥ ହୋଇପାରନ୍ତେ । ହଳଧର ବିଏ.ବିଇଡ଼ି ଶିକ୍ଷାପ୍ରାପ୍ତ ହୋଇଥିଲେ ବି ଏଠାରେ କୌଣସି କାର୍ଯ୍ୟ ନପାଇ ନିଜ ପରିବାରର ପ୍ରତିପୋଷଣ ପାଇଁ ଦିଲ୍ଲୀର ଏକ କମ୍ପାନୀରେ୨୦୧୦ ମସିହାରେ କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ସେ ପେଟରେ ଯନ୍ତ୍ରଣା ଭୋଗ କରିବାରୁ ଡ଼ାକ୍ତରୀ ଚିକିତ୍ସା ପରେ ତାଙ୍କର ଦୁଇଟି ଯାକ କିଡ଼ିନି ନଷ୍ଟ ହୋଇଯାଇଥିବାର ଜାଣିବାକୁ ପାଇଥିଲେ । ଗତ କରୋନା ସମୟରେ ସେ ଦିଲ୍ଲୀରୁ ଘରକୁ ପଳାଇ ଆସିଥିଲେ । ତାପରଠାରୁ ସେ ନିଜସ୍ୱ ସଞ୍ଚିତ ଅର୍ଥରେ ଡ଼ାଏଲିସିସି କରି ଆସୁଛନ୍ତି । ଅପରପକ୍ଷେ ତାଙ୍କର ସ୍ତ୍ରୀ ଓ ୨ଟି ପିଲାଙ୍କ ଭରଣପୋଷଣ ଦାୟିତ୍ୱ ସହିତ ନିଜର ଚିକିତ୍ସା ନିମନ୍ତେ ଅର୍ଥର ଅଭାବ ତାଙ୍କୁ କିଂକର୍ତ୍ତବ୍ୟ ବିମୂଢ ଅବସ୍ଥାରେ ପକାଇ ଦେଇଛି । ତେଣୁ ସେ ଅସହାୟ ଅବସ୍ଥାରେ ସରକାର ତଥା ବେସରକାରୀ ବ୍ୟକ୍ତି ବିଶେଷ ଓ ସଙ୍ଗଠନର ସାହାଯ୍ୟ ନିମନ୍ତେ ଆକୁଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.