Home କେନ୍ଦୁଝର ବ୍ୟବସାୟୀଙ୍କ ପରଲୋକ

ବ୍ୟବସାୟୀଙ୍କ ପରଲୋକ

108

ହାଟଡିହି- ୬ / ୬(ଓଡିଆପୁଅ / ବିକାଶ ବିଶ୍ୱାଳ) ଶାଳଣିଆଁ ବଜାରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ଏଲକଣିଆଁ ଗ୍ରାମର ପାଗଳ ଚନ୍ଦ୍ର ସାହୁଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ, ବନ୍ଧୁ ବତ୍ସଳ, ମିଷ୍ଠଭାଷୀ ଓ ସଂଗଠକ ଭାବେ ଜଣାଶୁଣା ଥିଲେ । ଆଜି ଅପରାହ୍ନ ୨ଟାବେଳେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁଅ କୃଷ୍ଣଚନ୍ଦ୍ର ସାହୁ, ବୀରକିଶୋର ସାହୁ, ନାତି ଦିଲ୍ଲିପ ସାହୁ, ଝିଅ ଜ୍ୱାଇଁ ମାନେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ବିରେନ୍ଦ୍ର କୁମାର ବିଶ୍ୱାଳ, ପ୍ରତାପ ଚନ୍ଦ୍ର ଦେଓ, ଅନାଥ ନାୟକ, କାଳନ୍ଦୀ ସାହୁ, ସୁବାସ ବେହେରା, ଅମରବର ସେଠୀଙ୍କ ସମେତ ବହୁ ବ୍ୟବସାୟୀ ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟସମ୍ପର୍ଣ୍ଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.