Home କେନ୍ଦୁଝର ପ୍ରତି ପଞ୍ଚାୟତରେ ଟୀକାକରଣ କରିବାକୁ ଦାବି

ପ୍ରତି ପଞ୍ଚାୟତରେ ଟୀକାକରଣ କରିବାକୁ ଦାବି

144

ହାଟଡିହି- ୬ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)କରୋନା ମହାମାରୀରୁ ମୁକ୍ତି ପାଇବାପାଇଁ ସରକାର ଟୀକାକରଣକୁ ଗୁରୁତ୍ୱ ଦେଉଥିବାବେଳେ ଏବେ ଲୋକମାନେ ସଚେତନ ହୋଇପଡିଥିବାରୁ ଟୀକାର ଅଭାବ ଦେଖା ଦେଇଛି । ଗାଁ ଗୁଡିକ ଠାରୁ ଟୀକାକରଣର ଦୁରତ୍ୱ ୫/୬କିଲୋମିଟର ହୋଇଯାଉଥିବାରୁ ଅଧିକାଶଂ ଲୋକ ମାନେ ଟୀକା କରଣ କେନ୍ଦ୍ରକୁ ଯାଇ ପାରୁ ନାହାନ୍ତି । ଯାହାଦ୍ୱାରାକି ସରକାରଙ୍କ ଏହି ଟୀକାକରଣ ବ୍ୟବସ୍ଥାରୁ ବହୁ ଲୋକ ବାଦ ପଡୁଛନ୍ତି । ଯଦି ପ୍ରତି ପଞ୍ଚାୟତ ସ୍ତରରେ ଟୀକାକରଣ କେନ୍ଦ୍ର କରାଯାଆନ୍ତା ତେବେ ଲୋକମାନେ ସହଜରେ ଟୀକାନେଇ ପାରନ୍ତେ ବୋଲି ସାଧାରଣରେ ଦାବି ଉଠିଛି । ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରର ବିପିଏମ ଚନ୍ଦନ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗତ କିଛିଦିନ ପୁର୍ବରୁ ଟୀକାକରଣ କେନ୍ଦ୍ରରେ ଗହଳି ଲାଗୁଥିଲା । ତାହା ଏବେ ଆଉ ନାହିଁ । ଆମେ ଆସନ୍ତା ୭ତାରିଖ ଦିନ ହାଟଡିହି, ସୁନ୍ଦରାପାଳ, କଳିଗାଁ, ଗିରିଗାଁ, ଢ଼େଙ୍କା, ବଣିଆପଙ୍କ ଆଦି ୬ଟି ସବସେଣ୍ଟର ମାନଙ୍କରେ ଏହି ଟୀକାଦେବାର ବ୍ୟବସ୍ଥା କରି ଲୋକମାନଙ୍କୁ ସୁଚନା ଦେଇଛୁ । ପରବର୍ତ୍ତୀ ସମୟରେ ଏହାକୁ ପଞ୍ଚାୟତ ସ୍ତରରେ କରିବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.