Home କେନ୍ଦୁଝର ସୋସୋରେ ହାତୀଙ୍କ ଉତ୍ପାତ କମୁନି, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

ସୋସୋରେ ହାତୀଙ୍କ ଉତ୍ପାତ କମୁନି, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

38

ହାଟଡିହି- ୬ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ସୋସୋ, ପଢ଼ିଆରିପଲ୍ଲୀ, କାନପୁର, ମରଚାଇପଦା, ନିଉଦାନୀ ଆଦି ଅଞ୍ଚଳରେ ହାତୀର ଉତ୍ପାତ କମୁ ନଥିବାରୁ ଚାଷୀମାନେ ନାନା କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ହାତୀଟି ହଦଗଡ ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ପଳାଇଆସି ଏ ଅଞ୍ଚଳରେ ଥିବା ଆମ୍ବ, ପଣସ, ସପୁରୀ ଚାଷ ନଷ୍ଟ କରିବା ସହିତ ଚାଷୀମାନେ ବାଡିରେ ଲଗାଇଥିବା ମାଣ୍ଡିଆ, ଜହ୍ନି, କାକୁଡି, ଭେଣ୍ଡି, ବାଇଗଣ ଆଦି ପନିପରିବା ଚାଷକୁ ଦଳି ଚକଟି ନଷ୍ଟ କରିଦେଉଛି । ଏନେଇ ବାରମ୍ବାର ବନ ବିଭାଗକୁ ଜଣାଯାଉଥିଲେ ମଧ୍ୟ ସେମାନେ ସେପରି କିଛି ପଦକ୍ଷେପ ନେଉ ନାହାନ୍ତି । କ୍ଷତି ପୁରଣ ଦେବା ନାଁରେ କ୍ଷୟକ୍ଷତି ସର୍ଭେ କରୁଥିଲେ ମଧ୍ୟ ସମସ୍ତଙ୍କର ସର୍ଭେ କରୁନଥିବାରୁ ଅନେକ ଚାଷୀ କ୍ଷୟକ୍ଷତି ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ହାତୀଟି ବାଡଘର ଭାଙ୍ଗି ଦେଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥରେ କାଳାତିପାତ କରୁଛନ୍ତି । ବିଭାଗୀୟ କର୍ତ୍ତୁପକ୍ଷ ଏôତପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.