Home ଜିଲ୍ଲା ପରିକ୍ରମା ବ୍ଳକସ୍ତରୀୟ ଜନଶୁଣାଣି ଶିବିରରେ ୧୪୨ ଅଭିଯୋଗରୁ ୪୭ ସମାଧାନ

ବ୍ଳକସ୍ତରୀୟ ଜନଶୁଣାଣି ଶିବିରରେ ୧୪୨ ଅଭିଯୋଗରୁ ୪୭ ସମାଧାନ

72

ନୟାଗଡ଼, ୧୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖଣ୍ଡପଡ଼ା ବ୍ଳକ ସଭାଗୃହରେ ସୋମବାର ବ୍ଳକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧିକ୍ଷକ ଅଲେଖ ପହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସମୁଦାୟ ୧୪୨ ଅଭିଯୋଗ ପଞ୍ଜିକୃତ ହୋଇଥିଲାବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୩୦ ଗୋଟି ଅଭିଯୋଗ ସାମୁହିକ ଗ୍ରାମ୍ୟବିବାଦ ୮ଗୋଟିର ଶୁଣାଣି କରାଯାଇ ତତ୍କାଳ ୪୭ଟି ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସାହାର୍ଯ୍ୟ ପାଣ୍ଠିରୁ ୩ ଗୋଟି କେଶ୍‌ରେ ସାହାର୍ଯ୍ୟ କରାଯିବା ପାଇଁ ନିଷ୍ପତି ହୋଇଥିଲା। ଅବଶିଷ୍ଟ ଦରଖାସ୍ତ ଗୁଡ଼ିକୁ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଖଣ୍ଡପଡ଼ା ପଂଚାୟତ ସମିତି ଉପାଧ୍ୟକ୍ଷ ଶିଶିର ସାହୁ, ବିଡିଓ, ତହସିଲଦାରଙ୍କ ସମେତ ବିଭାଗର ପଦାଧିକାରୀମାନେ ଶିବିରରେ ଯୋଗଦେଇ ବିଭିନ୍ନ ସମସ୍ୟା ଗୁଡ଼ିକର ଶୁଣାଣି କରିବାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.