Home ଜିଲ୍ଲା ପରିକ୍ରମା ବ୍ଲକ ସ୍ତରୀୟ ମୋ ସ୍କୁଲ ଅଭିଯାନର ସଚେତନତା ଶିବିର

ବ୍ଲକ ସ୍ତରୀୟ ମୋ ସ୍କୁଲ ଅଭିଯାନର ସଚେତନତା ଶିବିର

55

ବାହାନଗା,୯ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ସଦର ମହକୁମା ବାହାନଗା ଡ଼ୋଡ଼ାଲ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ମୋ ସ୍କୁଲ ଅଭିଯାନର ସଚେତନତା ଶିବିର ବ୍ଲକ ଶିକ୍ଷାଧିକାରୀଣୀ ଶୁଭଲକ୍ଷ୍ମୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି ଯୋଗ ଦେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସଚେତନର ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ରୋହିଆ ଟୁଡ଼ୁ, ଶ୍ରୀନିବାସ ପ୍ରଧାନ, ଉମାକାନ୍ତ ଦାସ, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିସଦର କୃଷ୍ଣମୋହନ ସିଂ , ଜିଲ୍ଲା ମୋ ସ୍କୁଲ ଅଭିଯାନର ସଂଯୋଜକ ଡ. ସନ୍ତୋଷ ଖଟୁଆ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆଲୁମିନା ସର୍ବାଧିକ ରାଶି ସଂଗ୍ରହ ପାଇଁ ମଣିଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପ୍ରତିନିଧି ସୁଦର୍ଶନ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏବଂ ମଣିଭଦ୍ର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତିନିଧି ରବିନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମଙ୍ଗଳାଷ୍ଟକ ଖନ୍ତାପଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ଉପାଧ୍ୟାୟ ପାଠ କରିଥିବା ବେଳେ ସଂଯୋଜନା କରିଥିଲେ ଶିକ୍ଷକ ସୀତାକାନ୍ତ ତ୍ରିପାଠୀ, ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ପ୍ରଦୀପ କୁମାର ବିଶ୍ୱଳ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସିଆରସି, ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.