Home Top News ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ସୁରିନାମ ମଧ୍ୟରେ ସହଯୋଗ ନେଇ ବୁଝାମଣା ପତ୍ରକୁ...

ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ସୁରିନାମ ମଧ୍ୟରେ ସହଯୋଗ ନେଇ ବୁଝାମଣା ପତ୍ରକୁ କ୍ୟାବିନେଟର ମଞ୍ଜୁରୀ

86

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ସୁରିନାମ ମଧ୍ୟରେ ସ୍ୱାସ୍ଥ୍ୟ ଓ ଔଷଧପତ୍ର ସଂକ୍ରାନ୍ତ ସହଯୋଗ ନେଇ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ସୁରିନାମ ସାଧାରଣତନ୍ତ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ଵାକ୍ଷର ହେବାକୁ ଥିବା ବୁଝାମଣାପତ୍ର ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଷୟିକ ସହଯୋଗ ଓ ବିକାଶ ବୃଦ୍ଧି ପାଇବ। ଦୁଇ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଅଭିଜ୍ଞତାର ଆଦାନପ୍ରଦାନ ଓ ପାରସ୍ପରିକ ସହଯୋଗ ଭିତ୍ତିକ ଗବେଷଣା ଯୋଗୁଁ ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ।

ବୁଝାମଣାପତ୍ରର ମୌଳିକ ବୈଶିଷ୍ଟ୍ୟ –
୧- ଦୁଇ ଦେଶ ମଧ୍ୟରେ ମେଡିକାଲ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ତାଲିମ ବିନିମୟ।
୨- ମାନବ ସମ୍ବଳ ବିକାଶରେ ସହାୟତା ଓ ସ୍ୱାସ୍ଥ୍ୟ ସୁଧାର କାର୍ଯ୍ୟକ୍ରମ।
୩- ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ମାନବ ସମ୍ବଳର ସ୍ୱଳ୍ପ ମିଆଦି ତାଲିମ।
୪- ଫାର୍ମାସ୍ୟୁଟିକାଲ ମେଡିକାଲ ଉପକରଣ ଓ କସ୍ମେଟିକ୍ସର ନିୟନ୍ତ୍ରଣ ଓ ତଥ୍ୟର ଆଦାନ ପ୍ରଦାନ।
୫- ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ବ୍ୟାବସାୟିକ ବିକାଶର ସୁବିଧା ସୁଯୋଗ।
୬- ଦେଶୀୟ ଔଷଧପତ୍ରର ଆହରଣ ଓ ଔଷଧପତ୍ର ଉତ୍ସରୁ ଯୋଗାଣ ସମ୍ପର୍କୀୟ ସହାୟତା।
୭- ସ୍ୱାସ୍ଥ୍ୟ ଉପକରଣ ଓ ଫାର୍ମାସ୍ୟୁଟିକାଲ ସାମଗ୍ରୀ ଆହରଣ।
୮- ତମାଖୁ ନିୟନ୍ତ୍ରଣ।
୯- ମାନସିକ ସ୍ଵାସ୍ଥ୍ୟର ବିକାଶ।
୧୦- ମାନସିକ ଅବସାଦର ସଅଳ ଚିହ୍ନଟ ଓ ପରିଚାଳନା।
୧୧- ଡିଜିଟାଲ ସ୍ୱାସ୍ଥ୍ୟ ଓ ଟେଲିମେଡ଼ିସିନ।
୧୨- ଉଭୟ ପକ୍ଷର ସହମତିରେ ଆଉ ଯାହା ଆବଶ୍ୟକ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.