Home ଜିଲ୍ଲା ପରିକ୍ରମା ମା’ ସ୍ୱପ୍ନେଶରୀ ସନ୍ତୋଷୀ ଦେବୀଙ୍କ କଳସ ଯାତ୍ରା ଓ ଘଟ ସ୍ଥାପନା ପୂଜୋତ୍ସବ

ମା’ ସ୍ୱପ୍ନେଶରୀ ସନ୍ତୋଷୀ ଦେବୀଙ୍କ କଳସ ଯାତ୍ରା ଓ ଘଟ ସ୍ଥାପନା ପୂଜୋତ୍ସବ

48

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର କଲେଇ ପଂଚାୟତ ଚୁନିଦାସ୍ଥିତ ମା’ ସ୍ୱପ୍ନେଶରୀ ସନ୍ତୋଷୀ ଦେବୀଙ୍କ ଚାରିଦିନ ବ୍ୟାପୀ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ୨ୟ ଦିନରେ କଳସ ଯାତ୍ରା, ଓ ଘଟ ସ୍ଥାପନା ପୂଜୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରାତଃରେ ମହିଳାମାନଙ୍କ ଦ୍ୱାରା କପାଳୀ ନଦୀରୁ କଳସରେ ଜଳ ଅଣାଯାଇ ସହର ପରିକ୍ରମା ପୂର୍ବକ ପୂଜାସ୍ଥଳରେ ଘଟ ସ୍ଥାପନା ପରେ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ପଣ୍ଡିତ ଓ ବେଦବିତ୍‌ମାନଙ୍କ ବେଦଧ୍ୱିନରେ ସ୍ଥାନୀୟ ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ପୂଜାରେ ପୁରୀ ଶ୍ରୀମନ୍ଦିରର ସେବାୟତ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସମେତ ବହୁ ବିଦ୍ୱାନ ପଣ୍ଡିତ ଓ ସେବାୟତମାନେ ଉପସ୍ଥିତ ଥିଲେ । ମୁଖ୍ୟ ପରୋଧା ପୀତାମ୍ବର ପରିଡା ଓ ବାସନ୍ତୀଲତା ପରିଡା ସମସ୍ତ ରୀତିନୀତି ଅନୁସାରେ ପୂଜୋତ୍ସବର କାର୍ଯ୍ୟ ତୁଲାଇଥିଲେ । ମା’ଙ୍କ ଆଜି କଳସ ଶୋଭାଯାତ୍ରାରେ ସ୍ଥାନୀୟ ଅଂଚଳର ବହୁ ମହିଳା ଶ୍ରଦ୍ଧାଳୁ ସାମିଲ ହୋଇଥିବାର ଦେଖାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଗତକାଲି ମା’ଙ୍କର ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ତା ପୂର୍ବଦିନ ପୁରୀରୁ ମା’ଙ୍କର ଆଜ୍ଞାମାଳ ଚୁନିଦାରେ ଆସି ପହଞ୍ôଚଥିଲା । ଆସନ୍ତାକାଲି ମା’ଙ୍କର ବିଗ୍ରହ ପ୍ରତିଷ୍ଠା ଓ ପ୍ରବେଶ ଉତ୍ସବ, ମଣ୍ଡଳ ପୂଜା, ଗୀତାଯଜ୍ଞ, ନାମଯଜ୍ଞ, ଆହୂତି ପ୍ରଦାନ ପରେ ୧୧ ତାରିଖ ଦିନ ପୂର୍ଣ୍ଣାହୂତିର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.