Home ଜିଲ୍ଲା ପରିକ୍ରମା ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ

35

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋନାରେ ଆଜି ଶହୀଦ ସ୍ମୃତି ଭବନ (ଟାଉନ୍‌ହଲ) ଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡି.ଆର.ଡ଼ି.ଏ ର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ, ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ବି.ଡ଼ି.ଓ ମନୋଜ କୁମାର ବେହେରା, ୨୭ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା ୨୫ନଂ ଜୋନର ପ୍ରମିଳା ଜେନା ପ୍ରମୁଖ ଏହି ଶୁଣାଣି ଶିବିରରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଆର୍ଥିକ ବର୍ଷ ୨୦-୨୧ ଏବଂ ୨୧-୨୨ ପାଇଁ ସାମାଜିକ ସମୀକ୍ଷା କରାଯାଇଥିଲା। ସୂଚନା ଯୋଗ୍ୟ କି ୨୦-୨୧ ବର୍ଷ ପାଇଁ ସମୁଦାୟ ୩, ୨୯୭ ଗୋଟି ପ୍ରକଳ୍ପ କାର୍ଯ୍ୟ କରାଯାଇ ସମୁଦାୟ ୧୪, ୪୫୩ ପରିବାରକୁ କର୍ମନିଯୁକ୍ତି ଯୋଗାଇ ଦିଆଯାଇଥିଲା। ଏହି ବର୍ଷ ପାଇଁ ଏ ବାବଦରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯାଇଥିଲ।। ସେହିପରି ୨୧-୨୨ ବର୍ଷ ପାଇଁ ୮୧୨ ଗୋଟି ପ୍ରକଳ୍ପ କରାଯାଇ ୧୨, ୪୯୬ ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଥିଲା ଏବଂ ଏ ବାବଦ ୧୩ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୩୨୫ ଜଣ ସମ୍ପୂର୍ଣ୍ଣ ୧୦୦ ଦିନ କାର୍ଯ୍ୟ କରିଥିବା ଶୁଣାଣିରେ ପ୍ରକାଶ କରାଯାଇଥିଲା। ଜଗଦଲପୁର ଗ୍ରାମପଞ୍ଚାୟତରେ ସବୁଠାରୁ ଅଧିକ ୧୧୮% ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରଯାଇଥିବା ବେଳେ ବନ୍ଧଗାଁରେ ସବୁଠୁ କମ୍ ହୋଇଥିବା ପ୍ରକାଶ କରାଯାଇଥିଲା। କେଉଁଠି କ’ଣ ସମସ୍ୟା ରହିଛି, କେଉଁ କାମରେ କ’ଣ ତ୍ରୁଟି ରହିଛି ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଆବଶ୍ୟକ ମତେ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଜନ ଶୁଣାଣିରେ ଆଗତ ୮ଟି ଅଭିଯୋଗର ସମୀକ୍ଷା କରାଯାଇ ସେ ସଂକ୍ରାନ୍ତୀୟ ରିପୋର୍ଟ ମଗାଯାଇ ପଦକ୍ଷେପ ନିଆଯିବାକୁ ଶୁଣାଣି କରାଯାଇଥିଲା। ଏହି ଶିବିରରେ ସମସ୍ତେ ସମିତି ସଭ୍ୟ, ସମସ୍ତ ସରପଞ୍ଚ, ଭି.ଆର.ପି. (ଭିଲେଜ୍ ରିସୋର୍ସ ପର୍ସନ) ବ୍ଲକ ସୋସିଆଲ ଅଡ଼ିଟର, ବ୍ଲକର ସରକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଜି.ଆର୍‌.ଏସ୍ ଆଦି ସମସ୍ତ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.