Home ଜିଲ୍ଲା ପରିକ୍ରମା ପୌରାଧ୍ୟକ୍ଷା ଭାବେ ଗୁଲମକ୍କୀଙ୍କ ଦାୟିତ୍ୱ ଗ୍ରହଣ

ପୌରାଧ୍ୟକ୍ଷା ଭାବେ ଗୁଲମକ୍କୀଙ୍କ ଦାୟିତ୍ୱ ଗ୍ରହଣ

19

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ନୂତନ ପୌରାଧ୍ୟକ୍ଷ ଭାବେ ପ୍ରତ୍ୟେକ୍ଷ ଭାବେ ନିର୍ବାଚିତ ହୋଇଥିବା ଗୁଲମକ୍କୀ ଦଲୱାଜୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ପୌର କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇ ପଡ଼ିଥିଲା। ଏକ ବିଶାଳ ଶୋଭାଯାତ୍ରାରେ ଗୁଲମୁକ୍କୀ ନିଜର ସମର୍ଥକଙ୍କ ସହିତ ପୌର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୌର ନିର୍ବାହୀ ଅଧିକାରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସେଠାର ଉପସ୍ଥିତ ରହି ଗୁଲମକ୍କୀଙ୍କୁ ଉଛ୍ୱସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ସେ ବିଜୟୀ ହୋଇଥବବା ନିର୍ବଚନୀ ସଂକେତ ସାଇକେଲ ଆକୃତିର ଏକ କେକ୍ କାଟି ସମସ୍ତଙ୍କୁ ଖୁଆଇ ଥିଲେ। ଦାୟିତ୍ୱ ଗ୍ରହଣ ପରେ ଗୁଲମକ୍କୀ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତିଯେ, ପୌରାଞ୍ଚଳବାସୀଙ୍କ ଭଲପାଇବା ଓ ସ୍ନେହ, ଶ୍ରଦ୍ଧା ଓ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ଆଗାମୀ ଦିନରେ ମଧ୍ୟ ଏହି ଶୁଭେଛା ଓ ସମର୍ଥନ ଜାରୀ ରହିବ ବୋଲି ଆଶା କରୁଛି। ନିର୍ବାଚିତ ସମସ୍ତ କାଉନସିଲରଙ୍କ ସହଯୋଗରେ ପୌରାଞ୍ଚଳର ସମସ୍ତ ୩୦ଟି ୱାର୍ଡ଼ର ବିକାଶ ହେବ ମୋର ମୂଳ ଲକ୍ଷ୍ୟ। ପୂର୍ବରୁ ପୌରାଞ୍ଚଳର ବିଭିନ୍ନ ସମସ୍ୟାର ସାମଧାନ ଦିଗରେ ମୋର ଦୃଷ୍ଟିକୋଣ ସ୍ପଷ୍ଟ କରି ସାରିଛି। ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିପର୍ଯ୍ୟସ୍ତ ରାସ୍ତାରେ ପୁନରୁଦ୍ଧାର, ପାନୀୟ ଜଳ, ଷ୍ଟ୍ରିଟ ଲାଇଟ, ପରିମଳ ବ୍ୟବସ୍ଥାରେ ଉନ୍ନତି ସହିତ ପାର୍କିଂ ଓ ଭେଣ୍ଡିଂ ଜୋନ ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱ ଦେବେ। ସମଗ୍ର ରାଜ୍ୟରେ ଏକ ନମ୍ବର ଭାବେ ଗଢ଼ି ତୋଳିବା ସହ ଭଦ୍ରକ ସହରକୁ ଏକ ସୁନ୍ଦର ସହରରେ ପରିଣତ କରିବା ଦିଗରେ ସମସ୍ତଙ୍କ ସହଯୋଗ ସେ ଲୋଡ଼ିଥିଲେ। ଏହି ଅବସରରେ ସମସ୍ତ ୨୯ କାଉନସିଲରଙ୍କ ସମେତ, ପୌରପାଳିକାର କର୍ମଚାରୀ ଓ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.