Home ଜିଲ୍ଲା ପରିକ୍ରମା ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା, ଭାଗନେଲେ ୮୨ ପ୍ରତିଯୋଗି, ଗୀତା ଭାରତୀୟ ସଂସ୍କୃତିର ମୂଳ...

ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା, ଭାଗନେଲେ ୮୨ ପ୍ରତିଯୋଗି, ଗୀତା ଭାରତୀୟ ସଂସ୍କୃତିର ମୂଳ ଆଧାର-ସଂଗ୍ରାମ ଆଚାର୍ଯ୍ୟ

19

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଗରପଡ଼ା ଠାରେ ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପାଠ ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଜଗତପୁର କଟକ ପକ୍ଷରୁ “ଗୀତା ସୁଗୀତା କର୍ତ୍ତବ୍ୟା” ବିଦ୍ୟାଳୟ,ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶ୍ରୀମଦ୍ ଭଗବତ ଗୀତା ତୃତୀୟ ଅଧ୍ୟାୟ(କର୍ମଯୋଗ)ଉପରେ ଆଧାରିତ ୫ମ ଓଡ଼ିଶା ରାଜ୍ୟସ୍ତରୀୟ ଗୀତା ଆବୃତି ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତା ୪ଟି ବିଭାଗ ଆଧାରରେ ହୋଇଥିଲା । ଏହି ପ୍ରତିଯୋଗିତାରେ ବ୍ଲକର ୮୨ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ ସେଥି ମଧ୍ୟରୁ ୧୨ଜଣ ଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ସଚେତନତା ସଭାରେ ଅତିଥି ଭାବେ ପ୍ରଜ୍ଞାନ ମିଶନ କ୍ରିୟାଯୋଗର ସେବକ ଅର୍ନିବାଣାନନ୍ଦ ଗିରି ମହାରାଜ,ସମାଜସେବୀ ଶ୍ରୀକାନ୍ତ ଦାସ,ପୁରୁଷଣ୍ଢର ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା,ଶିକ୍ଷାବିତ୍ତ ଚିତ୍ତରଞ୍ଜନ ସାମନ୍ତରାୟ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଗରପଡ଼ାର ସଭାପତି ଭାଗବତ ପ୍ରସାଦ ପଣ୍ଡା,ସମ୍ପାଦକ ଅଶୋକ କୁମାର ପରିଡ଼ା,ଉପ-ସଭାପତି ଚିତ୍ତରଞ୍ଜନ ଉଦ୍‌ଗାତା,ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ଦାସ ପ୍ରମୁଖ ଯୋଗଦେଇ ପବିତ୍ର ହିନ୍ଦୁଧର୍ମ ଗ୍ରନ୍ଥ ଗୀତା ଜ୍ଞାନଦାତା ସମସ୍ତଙ୍କ ପାଇଁ ମାର୍ଗ ଦର୍ଶକ ଓ କଲ୍ୟାଣକାରୀ ରୂପେ ବିଶ୍ୱ ବନ୍ଦନୀୟ ହେବା ନେଇ ଆଲୋଚନା କରିଥିବା ବେଳେ ଗୀତା ଆବୃତ୍ତି ପ୍ରତିଯୋଗିତା ମାଧ୍ୟମରେ ଅମୃତ ପ୍ରୟାସ କରାଯାଇଛି ।

ଭଗବତ ଗୀତା କଥନ ଶ୍ରବଣ ପରି ସୌଭାଗ୍ୟ ଯୁକ୍ତ କାର୍ଯ୍ୟ ସମାଜର ମାର୍ଗ ଦର୍ଶକ ହେବ ବୋଲି କହିଥିଲେ ଅତିଥି । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅମୃତ ଦର୍ଶନ ପତ୍ରିକାର ସମ୍ପାଦକ ବିଶିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ଗୀତା ଭାରତୀୟ ସଂସ୍କୃତିର ମୂଳ ଆଧାର । ଗୀତାକୁ ଛାଡ଼ି ଭାରତୀୟତାର ପରିଚୟ ହୋଇପାରେ ନାହିଁ,ଗୀତା ସନାତନ ଧର୍ମର ମୂଳ ଆଧାର । ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧ ପଡ଼ିଆରେ ନିଜର ଶଖା ଅର୍ଜୁନକୁ ଜୀବନ ଗାଥାର ଯେଉଁ ପାଠ ବୁଝାଇ ଥିଲେ ତାହା ହିଁ ବିଶ୍ୱ ପାଇଁ ପ୍ରେରଣାର ଉତ୍ସ ଥିଲା ବୋଲି ଶ୍ରୀ ଆଚାର୍ଯ୍ୟ ମତ ପ୍ରକାଶ କରିଥିଲେ । ସ୍ୱାମୀଜୀ ଅର୍ନିବାଣାନନ୍ଦ ଗିରି ମହାରାଜଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭରେ ସାମୂହିକ ଗୀତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରଥମ କରି ଆୟୋଜନ କରାଯାଇଥିବାରୁ ଅଭିଭାବକ,ଅଭିଭାବିକା ଓ ବିଭିନ୍ନ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭୁୟସୀ ପ୍ରଶଂସା କରି ଆଗାମୀ ଦିନ ପାଇଁ ଏହା ପ୍ରେରଣା ଦାୟିନୀ ହେବ ବୋଲି ମତାମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.