Home କେନ୍ଦୁଝର ବ୍ଲକ ଫାଟକ ଓ ମାର୍କେଟ କପ୍ଲେକ୍ସ ଉଦଘାଟିତ

ବ୍ଲକ ଫାଟକ ଓ ମାର୍କେଟ କପ୍ଲେକ୍ସ ଉଦଘାଟିତ

127

ହାଟଡିହି- ୧୫ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଓ ନବ ନିର୍ମିତ ମାର୍କେଟକପ୍ଲେକ୍ସ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ବିଡିଓ ଜୟଦେବ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ହାଟଡିହି ପଞ୍ଚାୟତର ସରପଞ୍ଚ ଅନୁସୁୟା ସେଠୀ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଓ ୫କୋଠରୀ ବିଶିଷ୍ଟ ମାର୍କେଟ କପ୍ଲେକ୍ସକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିନ୍ମୟ ନାୟକ, ସମିତିସଭ୍ୟ ପ୍ରଭାତ ରାଉତ, ଧୁଶାସନ ସାହୁ, ଅଭିମନ୍ୟୁ ସେଠୀ, ଗୌରାଙ୍ଗ ରଣା, ପ୍ରଦୀପ ମଲ୍ଲିକ, ବିଶ୍ୱନାଥ ସାହୁ, ଦୁସ୍ମନ୍ତ କୁମାର ମଲ୍ଲିକଙ୍କ ସମେତ ଶତାଧିକ ପଞ୍ଚାୟତବାସୀ ଉପସ୍ଥିତ ଥିଲେ । କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ସାହୁ, ବରିଷ୍ଠ ନେତା ବିଶ୍ୱନାଥ ନାୟକ, ବୁଦ୍ଧଦେବ ଜେନା, ଗୋପାଳ ନାୟକ, ରୁଦ୍ର ନାରାୟଣ ଜେନା, ନାରାୟଣ ସେଠୀ, କାମପାଳ ନାୟକ, ପଙ୍କଜ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.