Home କେନ୍ଦୁଝର ବାଣ ନିଆଁରେ ଜଳିଗଲା ଗୋଟେ ବଖରା

ବାଣ ନିଆଁରେ ଜଳିଗଲା ଗୋଟେ ବଖରା

114

ହାଟଡିହି- ୧୫ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମରେ ଗତକାଲି ରାତିରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ଜଳିଯାଇ ଥିବାବେଳେ ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ୫/୬ଟି ଘର ରକ୍ଷା ପାଇଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ଗାଁରେ ଗୋଟିଏ ଛୁଆ ଦୀପାବଳୀ ଅବସରରେ ଏକ ରକେଟ ବାଣ ଫୁଟାଉ ଥିବାବେଳେ ଅସାବଧାନତା ବସତଃ ତାହା ଗାଁର ଜଡା ବାରିକଙ୍କ ଚାଳ ଘର ଉପରେ ପଡି ନିଆଁ ଲାଗି ଯାଇଥିଲା । ପାଟି ଶୁଣି ଗାଁ ଲୋକମାନେ ତରବରରେ ଜଡାଙ୍କ ଘର ଉପରେ ଓ ଆଖ ପାଖ ଘର ଉପରେ ଚଢ଼ିଯାଇ ଘରର ନଡା ଛପରକୁ ଓଲାରି ଦେବାସହ ପାଣି ଢ଼ାଳି ନିଆଁକୁ ଆୟତ କରିଦେବାରୁ ଆଖ ପାଖ ୫/୬ଟି ଘର ଅଗ୍ନିକାଣ୍ଡରୁ ବର୍ତ୍ତର୍ି ଯାଇଥିଲା । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.