Home କେନ୍ଦ୍ରାପଡ଼ା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ଅଧ୍ୟକ୍ଷ ଦାୟୀତ୍ୱ ନେଲେ

ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ଅଧ୍ୟକ୍ଷ ଦାୟୀତ୍ୱ ନେଲେ

62

କେନ୍ଦ୍ରାପଡା, ୨୦/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ମଙ୍ଗଳବାର ଅଧ୍ୟକ୍ଷ ଦାୟୀତ୍ୱ ଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବରମାସ ୧୫ତାରିଖରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ ହେବାରୁ ବ୍ଲକ ଅଧ୍ୟକ୍ଷ ପଦ ସେହିଦିନଠାରୁ ପଡିଥିଲା। ଓଡିଶା ପଂଚାୟତ ସମିତି ଆଇନ ୧୯୫୯ର ସେକସନ-୨୦(କ)(୩) ଅନୁଯାଇ ଯେତେବେଳେ ବ୍ଲକର ଅଧ୍ୟକ୍ଷ ପଦ ଖାଲି ହେବ ସେତେବେଳେ ବ୍ଲକର ଉପାଧ୍ୟକ୍ଷ ଅଧ୍ୟକ୍ଷ ପଦର ସମସ୍ତ କାର୍ଯ୍ୟ ଓ ଦାୟୀତ୍ୱ ନିଜେ ନିର୍ବାହ କରିବେ। ଏଥିନିମନ୍ତେ କୈାଣସି ଉପରିସ୍ଥ ସରକାରୀ ଅଧିକାରୀଙ୍କ ଅନୁମତି ଅନାବଶ୍ୟକ। କିନ୍ତୁ କେନ୍ଦ୍ରାପଡା ବିଡିଓ ବ୍ଲକ ଅଧ୍ୟକ୍ଷ ପଦ ଖାଲି ହେବା ପରେ ଗତ ୧୮-୦୯-୨୦୨୦ରିଖରେ ପତ୍ର ସଂଖ୍ୟା – ୩୭୫୩ରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ଅଧ୍ୟକ୍ଷ ପଦ ଖାଲି ହେବାପରେ ଉପାଧ୍ୟକ୍ଷାଙ୍କୁ ଦାୟୀତ୍ୱ ପ୍ରଦାନ ପାଇଁ ଅନୁମତି ମାଗିଥିଲେ। କିନ୍ତୁ ପତ୍ର ପାଇବାର ଏକମାସ ପରେ ସେହିପତ୍ରର ଉତ୍ତର ଗତ ୧୯-୧୦-୨୦୨୦ରିଖରେ ଜିଲ୍ଲା ପଂଚାୟତ ଅଧିକାରୀଙ୍କ ଦାୟୀତ୍ୱରେ ଥିବା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର କେନ୍ଦ୍ରାପଡା ବିଡିଓଙ୍କୁ ପତ୍ର ସଂଖ୍ୟା – ୯୧୨ରେ ଜଣାଇଛନ୍ତି ଯେ ଓଡିଶା ପଂଚାୟତ ସମିତି ଆଇନ ୧୯୫୯ର ସେକସନ-୨୦(କ)(୩) ଅନୁଯାଇ ଯେତେବେଳେ ବ୍ଲକର ଅଧ୍ୟକ୍ଷ ପଦ ଖାଲି ହେବ ସେତେବେଳେ ବ୍ଲକର ଉପାଧ୍ୟକ୍ଷ ଅଧ୍ୟକ୍ଷ ପଦର ସମସ୍ତ କାର୍ଯ୍ୟ ଓ ଦାୟୀତ୍ୱ ନିଜେ ନିର୍ବାହ କରିବେ ବୋଲି। ଏଭଳି ଭାବରେ ସରକାରଙ୍କ ଓଡିଶା ପଂଚାୟତ ସମିତି ଆଇନର ବିରୋଧାଚରଣ କରାଯିବା ଘଟଣା ପ୍ରଥମ ବୋଲି ସାଧାରଣରେ ଆଲୋଚନା ହେଉଛି। କେଉଁ କାରଣ ପାଇଁ ମାସାଧିକ କାଳ ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷ ଦାୟୀତ୍ୱ ପ୍ରଦାନରୁ ବଂଚିତ କରାଗଲା ତାହା ତଦନ୍ତ କରାଯିବା ଆବଶ୍ୟକ। ବିଡିଓ କ’ଣ ପଂଚାୟତ ସମିତି ଆଇନ ଜାଣି ନାହାନ୍ତି ନା କେଉଁ ରାଜନୈତିକ ନେତାଙ୍କ ପ୍ରରୋଚନାରେ ଏଭଳି କରାଗଲା ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଯଦି ବିଡିଓ ଆଇନ ଜାଣି ନାହାନ୍ତି ଓ ଏଥିପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ମାଗିଲେ ତେବେ ମାସାଧିକ କାଳ କେଉଁଠି ଫାଇଲ ପଡିରହିଲା ତାହା ମଧ୍ୟ ତଦନ୍ତ କରାଯିବା ଆବଶ୍ୟକ। ସରକାରଙ୍କ ଦ୍ୱାରା ପ୍ରଣିତ ଆଇନ ସହ ଏଭଳି ଭାବେ ଖେଳ ଖେଳାଯିବା ଉଚିତ ନୁହେଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.