Home ଅପରାଧ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୪୩ ଲିଟର ଚୋରା ରନ୍ଧାମଦ ଓ ଚୋରା ବିଅର ଜବତ

ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୪୩ ଲିଟର ଚୋରା ରନ୍ଧାମଦ ଓ ଚୋରା ବିଅର ଜବତ

74

କେନ୍ଦ୍ରାପଡା, ୨୦/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୩ ଲିଟର ୬ଶହ ମିଲିଲିଟର ଚୋରା ରନ୍ଧାମଦ ଓ ଚୋରା ବିଅର ଜବତ କରାଯାଇଥିବା ସୂଚନା ମିଳିଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନେତୃତ୍ୱରେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ୍‌ଙ୍କ ଦ୍ୱାରା ଚଢାଉ କରାଯାଇ ମଙ୍ଗଳବାର ମାର୍ଶାଘାଇ ଥାନା ଅନ୍ତର୍ଗତ ପ୍ରଭାକରପୁର ଗ୍ରାମର ରଜତ ରାଉତଙ୍କ ଠାରୁ ୮ଲିଟର ଚୋରା ଆଡି ଲିକର ଜବତ କରାଯିବା ସହ ସେହି ଗ୍ରାମର ସୁନ୍ଦରୀ ରାଉତଙ୍କ ଠାରୁ ୧୨ଲିଟର ଚୋରା ଆଡି ଲିକର ଓ ସେହିଗ୍ରାମର ଦୁଃଶାସନ ରାଉତଙ୍କ ଠାରୁ ୮ଲିଟର ଚୋରା ଆଡି ଲିକର ଜବତ କରାଯାଇ ସେହି ୩ଜଣ ଚୋରାମଦ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା। ସେହିପରି ମାର୍ଶାଘାଇ ଥାନା ଅନ୍ତର୍ଗତ ନିଳାଚଂଳବଜାରରୁ ପାଟଳିପଙ୍କ ଗ୍ରାମର ବିକାଶ କୁମାର ମହାନ୍ତିଙ୍କ ଠାରୁ ୧୦ଲିଟର ୪ଶହ ମିଲିଲିଟରର ୧୬ଟି ଚୋରା ବିଅର ବୋତଲ ଜବତ କରିଥିବା ବେଳେ ରଘୁନାଥପୁର ଗ୍ରାମର ପ୍ରମୋଦ ଭୋଳଙ୍କ ଠାରୁ ୫ଲିଟର ୨ଶହ ମିଲିଲିଟରର ୮ଟି ଚୋରା ବିଅର ବୋତଲ ଅବକାରୀ ବିଭାଗ ଜବତ କରି ଉଭୟଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ସବଇନସପେକ୍ଟର ଶ୍ରୀ ବାଗ ସୂଚନା ଦେଇଛନ୍ତି। ଏହି ଚଢାଉରେ ଅବକାରୀ ବିଭାଗର ଏ-ଏସ-ଆଇ ନୁରୁଲ ରହିମ, କନେଷ୍ଟବଳ ସୁନିଲ କୁମାର ମିଶ୍ର, ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.