Home ଉପ ନିର୍ବାଚନ ଉପ-ନିର୍ବାଚନ ପରିପ୍ରେକ୍ଷୀରେ ମହିଳା କଂଗ୍ରେସର ସମ୍ମିଳନୀ

ଉପ-ନିର୍ବାଚନ ପରିପ୍ରେକ୍ଷୀରେ ମହିଳା କଂଗ୍ରେସର ସମ୍ମିଳନୀ

45

ବାଲେଶ୍ୱର, ୨୦ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ଉପ-ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମହିଳାଙ୍କୁ ନେଇ ଏକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏହି ସମ୍ମିଳନୀରେ ବିଧାୟକ ତାରା ପ୍ରସାଦ ବାହିନୀପତି, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ଦଳୀୟ ପ୍ରାର୍ଥିନୀ ମମତା କୁଣ୍ଡୁଙ୍କ ସମେତ ମହିଳା ନେତ୍ରୀ ବାସନ୍ତି ନାୟକ, ପ୍ରତିମା ପଣ୍ଡା, ଜ୍ୟୋତ୍ସ୍ନା ସେନାପତି ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇ ଜିଲ୍ଲାର ବିକାଶରେ କଂଗ୍ରେସର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। କଂଗ୍ରେସ ଶାସନକାଳରେ ଯାହା ବି କିଛି ବିକାଶ ହୋଇଥିଲା ଏବେ ସବୁକିଛି ଠପ୍ ହୋଇଯାଇଛି। କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି କ୍ଷମତାରେ ରହିଥିଲେ ବି ସବୁକ୍ଷେତ୍ରରେ ଜିଲ୍ଲାବାସୀଙ୍କୁ ଅବହେଳା କରାଯାଉଛି ବୋଲି ବକ୍ତାମାନେ କହିଥିଲେ। ଚଳିତ ନିର୍ବାଚନରେ ଭୋଟ ହାତେଇବା ପାଇଁ ଅନ୍ୟାନ୍ୟ ଦଳର ନେତାଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ସଦର ନିର୍ବାଚନମଣ୍ଡଳୀର ଭୋଟର କେବେ ପରତେ ଯିବେ ନାହିଁ। ବରଂ ନିଜର ହକ୍ ଜାହିର ପାଇଁ କଂଗ୍ରେସର ଯୋଗ୍ୟ ପ୍ରାର୍ଥିନୀ ମମତା କୁଣ୍ଡୁଙ୍କୁ ଭୋଟ ଦେବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ଜନସାଧାରଣରେ ଜନମତ ସୃଷ୍ଟି ପାଇଁ କଂଗ୍ରେସ ପ୍ରତ୍ୟେକ ବର୍ଗର କର୍ମୀ ଚେଷ୍ଟା ଜାରି ରଖିବାକୁ କଂଗ୍ରେସ ନେତା ଓ ନେତ୍ରୀମାନେ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ କଂଗ୍ରେସର ଦୃଢ଼ ସମର୍ଥକ ଅବସରପ୍ରାପ୍ତ ଏସପି ହରମୋହନ ଦାଶଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା। ଦୁଇମିନିଟ ନିରବ ପ୍ରାର୍ଥନା ଜରିଆରେ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.