Home କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷଙ୍କ କଂସାର, କପାଳେଶ୍ୱର ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ବ୍ଲକ ଅଧ୍ୟକ୍ଷଙ୍କ କଂସାର, କପାଳେଶ୍ୱର ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

162

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମଙ୍ଗଳବାର ବ୍ଲକର କଂସାର ଓ କପାଳେଶ୍ୱର ପଂଚାୟତକୁ ଗସ୍ତରେ ଯାଇ ପଂଚାୟତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଲି ଦେଖିଥିଲେ। ଅଧ୍ୟକ୍ଷ ଶ୍ରୀ ଧଳ ପଂଚାୟତ ପକ୍ଷରୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ ଶଯ୍ୟା ଗୁଡିକ ଆବଶ୍ୟକ ଦ୍ୱରତାରେ ପଡିବା, ପାନୀୟ ଜଳ, ପାଇଖିନା, ଗାଧୁଆଘର ଓ ବିଦ୍ୟୁତ ବ୍ୟବସ୍ଥା ଭଳି ସମସ୍ତ ପ୍ରସ୍ତୁତି କରାଯାଇଛି କି ନାହିଁ ସେ ସମ୍ପର୍କରେ ସଂପୃକ୍ତ ପଂଚାୟତର ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏତଦବ୍ୟତିତ ଏହିସବୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ପରିସରକୁ ସଫା ସୁତୁରା ରଖିବା ଓ ସାନିଟାଇଜ କରିବାକୁ ସରପଂଚ ଓ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଲକଡାଉନ ଉଠିବା ପରେ ରାଜ୍ୟ ବାହାରୁ ଆସିବାକୁ ଥିବା ପ୍ରବାସୀମାନଙ୍କ ପଞ୍ଜିକରଣ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ଏହି ପରିଦର୍ଶନ ସମୟରେ କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ଯୁବ ସମାଜସେବୀ ପ୍ରମୋଦ କୁମାର ପ୍ରଧାନ, ଭରତପୁର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.