Home କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକଙ୍କ କରୋନା ସଚେତନତା ଓ ମାସ୍କ ବଂଟନ

ଆରକ୍ଷୀ ଅଧିକ୍ଷକଙ୍କ କରୋନା ସଚେତନତା ଓ ମାସ୍କ ବଂଟନ

142

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଆରକ୍ଷୀ ଅଧିକ୍ଷକ ନୀତି ଶେଖର ମଙ୍ଗଳବାର ସହରର ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ଛକ ପର୍ଯ୍ୟନ୍ତ ବୁଲି ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଦୋକାନୀ ଓ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ବଂଟନ କରିଥିଲେ। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମଧ୍ୟ ଆରକ୍ଷୀ ଅଧିକ୍ଷକ ମାସ୍କ ବଂଟନ କରିଥିଲେ। ଦୋକାନରୁ ଗରାଖ ସଉଦା କିଣିବା ସମୟରେ ଯେଭଳି ସାମାଜିକ ଦ୍ୱରତା ବଜାୟ ରହେ ସେଥିପ୍ରତି ପ୍ରତ୍ୟେକ ଦୋକାନୀ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ସାମାଜିକ ଦ୍ୱରତ୍ୱ ରକ୍ଷା ଆଇନର ଉଲ୍ଲଙ୍ଘନ କରାଗଲେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡାକବାଜୀ ଯନ୍ତ୍ର ମାଧ୍ୟମରେ ପୋଲିସ ପକ୍ଷରୁ ପ୍ରଚାର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି, ସବଇନିସପେକ୍ଟର ପ୍ରଜ୍ଞାଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.