Home ଓଡ଼ିଶା ପୁରୀରେ ଲକଡାଉନର ପ୍ରଭାବ ଏବେ ଫିକା

ପୁରୀରେ ଲକଡାଉନର ପ୍ରଭାବ ଏବେ ଫିକା

146

ପୁରୀ, ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦେଶରେ ବର୍ତମାନ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି। ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଔଷଧ ଦୋକାନ ଆଦି ଖୋଲିବା ପାଇଁ ନିୟମ ଓ ସମୟ ଧାର୍ଯ୍ୟ କରାଯାଇଛି। ପୁରୀ ସହରରେ ମଧ୍ୟ ସେହି ନିୟମ କାର୍ଯ୍ୟକାରୀ ହେଉଥିବା ଦେଖାଯାଇଥିଲା। କିନ୍ତୁ ଗତ ଦୁଇ ତିନିଦିନ ହେବ ସହରରେ ଲକଡାଉନ ଥିବା କୌଣସି ପରିଲକ୍ଷିତ ହେଉନଥିବାର ଦେଖାଯାଏ। ବିଭିନ୍ନ ରାସ୍ତା ଓ ଗଳିକନ୍ଦିରେ ବହୁଳଭାବେ ବାଇକ ଯିବା ଆସିବା କରୁଥିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଔଷଧ ଦୋକାନ ବ୍ୟତୀତ ଅନ୍ୟ କେତେକ ଦୋକାନ ମଧ୍ୟ ଖୋଲାଖୋଲି ଭାବେ ଖୋଲା ଯାଇଥିବା ନଜରକୁ ଆସିଛି। ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂ ତାଙ୍କର ଏକ ଭିଡିଓ ବାର୍ତ୍ତାରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନ ବ୍ୟତୀତ ଅନ୍ୟ ଦୋକାନଗୁଡିକ ନଖୋଲିବା ପାଇଁ ପରାମର୍ଶ ଦେଇଥିଲେ। ଏ ଦିଗରେ ପୁରୀ ସହରବାସୀଙ୍କ ସହଯୋଗ କାମନା କରିଥିଲେ। କିନ୍ତୁ ଏହି ନିର୍ଦ୍ଦେଶନାମା ଉଲ୍ଲଘଂନ ହେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ବିଭିନ୍ନ ରାସ୍ତାରେ ପୁଲିସଗାଡି ଯେତିକି ପଇଁତରା ମାରୁଥିଲା। ଏବେ ତାହା ମଧ୍ୟ ହ୍ରାସ ପାଇଥିବା କୁହାଯାଉଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.