Home ଖେଳ ବ୍ରିଲିଆଣ୍ଟ କ୍ରିକେଟ ଟୁର୍ଣ୍ଣମେଣ୍ଟ ର ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ

ବ୍ରିଲିଆଣ୍ଟ କ୍ରିକେଟ ଟୁର୍ଣ୍ଣମେଣ୍ଟ ର ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ

91

ଯାଜପୁର୨୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲିର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ବ୍ରିଲିଆଣ୍ଟ କ୍ରିକେଟ କ୍ଲବ ପକ୍ଷରୁ ୨୫ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣମେଣ୍ଟ ପବିତ୍ର ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଛି । ପାଣିକୋଇଲି କଲେଜ ଖେଳ ପଡ଼ିଆରେ ଅନୁ୍‌ଷ୍ଠିତ ଆଜିର ପ୍ରଥମ ମ୍ୟାଚ ନିମପୁର ସ୍ପୋଟିଙ୍ଗ କଟକ ବନାମ ଭଦ୍ରକ ରେଲୱ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । ମାତ୍ର ଭଦ୍ରକ ରେଲୱ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆସିବାରୁ ନିମପୁର କଟକକୁ ବିନା ଖେଳରେ ସେମିଫାଇନାଲକୁ ଉନ୍ନୀତ କରାଯାଇଥିଲା ।

 

ଦ୍ୱିତୀୟାର୍ଦ୍ଧରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ କୋରାଇ ପ୍ରେସ କ୍ଲବ ଓ କୋରାଇ ପଂଚାୟତ ସମିତି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବ ଟସ ଜିଣି ବ୍ୟାଂଟିଙ୍ଗ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ୩ ୱିକେଟ ହରାଇ ୧୮୮ ରନ ସଂଗ୍ରହ କରିଥିଲା । ଜବାବରେ ପଂଚାୟତ ସମିତି ୯ ୱିକେଟ ହରାଇ ୯୪ ରନ କରି ପରାଜିତ ହୋଇଥିଲା । ଏହି ଖେଳକୁ ଉମେଶ ଚନ୍ଦ୍ର ସାହୁ ଓ ଅଭିରାମ ମହୀ ପରିଚାଳନା କରିଥିବା ବେଳେ ଆନନ୍ଦ ରଣା ଧାରାବିବରଣୀ ପ୍ରଦାନ କରିଥିଲେ । ସ୍କୋରର ଭାବେ ଶ୍ରୀମନ୍ତ ରାୟ ଥିଲେ । ଶେଷରେ ସମ୍ପାଦକ ସେକ ଜହର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ତୁଳତୀ ସରପଂଚ ଦିପ୍ତୀମୟୀ କୁଅଁର, ସମ୍ମାନୀତ ଅତିଥିଭାବେ ବରୁଣ୍ଡାଇ ସମିତିସଭ୍ୟା ଜୟନ୍ତୀ ସାହୁ, ପଥରପଦା ସମିତିସଭ୍ୟା ପ୍ରତିନିଧି ସନ୍ତୋଷ କୁମାର ବେହେରା, ପଡିଆ ସୁରକ୍ଷା ମଂଚ ଆବାହକ ରଘୁନାଥ ମାଝୀ ପ୍ରମୁଖ ଯୋଗଦେଇ ବିଜୟୀ ଓ ରନରସଅପ ଦଳକୁ ପୁରସ୍କୃତ କରିଥିଲେ । ବ୍ରିଲିଆଂଟ କ୍ରିକେଟ କ୍ଲବର ଗଦାଧର ଓଝା, ପ୍ରଣୟ ପରିଡ଼ା, ମୋହନ ବାରିକ, ସେକ୍ ତାହେର ଅଲ୍ଲୀ, ରତିରଞ୍ଜନ ରାୟ, ପୁନିତ୍ ସାହୁ, ସ୍ମାରକ ରଞ୍ଜନ ସାହୁ, ଶୁଭଜିତ୍ ବେହେରା, ଅଭିଶେଖ ମଲ୍ଲିକ, ସନ୍ଦିପ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.