Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

84

ଯାଜପୁର୨୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଅଞ୍ଚଳର ବହୁ ଜନହିତକର କାର‌୍ୟ୍ୟ କରିଆସୁଥିବା ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କ ଦ୍ୱାରା ଏବଂ ଜାରକାର ଭୁମିକା ଚକ୍ଷୁ ଚିିକିତ୍ସାଳୟର ସହଯୋଗରେ ମଙ୍ଗଳବାର ଦିନ ପାଣିକୋଇଲି ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ।

 

ଉକ୍ତ ଶିବିରକୁ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ଉଦ୍ ଘାଟନ କରିଥିବା ବେଳେ ଅତିଥି ଭାବେ ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା,ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ନିହାର ରଞନ ଦାସ,କୋରାଇ ପ୍ରେସ କ୍ଲବ ସଭାପତି ସୁବାସ ଚନ୍ଦ୍ର ଧଳ, ସମାଜସେବୀ ସୁର୍ଯ୍ୟମଣୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ଧନେଶ୍ୱର ପ୍ରଧାନ,ପାରା ମେଡ଼ିକାଲ ଷ୍ଟାଫ ବେବୀ କୁମାରୀ ଓଝା, ରେବତୀ ମଲ୍ଲିକ , ସୋନୀରାଣୀ ଲେଙ୍କା, ଶୁଭଶ୍ରୀ ସାହୁ, ସଂଯୋଜକ ଦେବନ୍ଦ୍ରେ କୁମାର ସେଠୀ ଓ କ୍ୟାମ୍ପ ମ୍ୟନେଜର ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଉକ୍ତ ଶିବିରକୁ ବରିଷ୍ଠ ନାଗରିକ ମଂଚର ସଭାପତି ନୃସିଂହ ଚରଣ ଦଳାଇ, ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ,କୋଷାଧ୍ୟକ୍ଷ ବୈଷ୍ଣବ ଚରଣ ସାହୁ, ରାମଚନ୍ଦ୍ର ମଲ୍ଲିକ, ଶିବରାମ ପାତ୍ର, ଉମାକାନ୍ତ ଖଣ୍ଡାଇ, ମଧୁସୂଦନ ସାମଲ, ଉତ୍ସବ ମହାରଣା, ଗୋକୁଳାନନ୍ଦ ମହାରଣା, ଚନ୍ଦ୍ରମଣୀ ସ୍ୱାଇଁ, ରଘୁନାଥ ମାଝୀ, ସେକ ଜାହାଙ୍ଗୀର ଓ ସମସ୍ତ ସଦସ୍ୟ ଏବଂ ଆମେ ବିପଦରେ ସାଥିର ସଦସ୍ୟ ତାରିଣୀ କୁମାର ପଟ୍ଟନାୟକ.ଦିପ୍ତୀ ରଂଜନ ବେହେରା, ସୁଶାନ୍ତ ସେନାପତି, ଧନୁଷ ଦଳେଇ, ରାକେଶ ପଣ୍ଡା, ରଂଜନ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଶିବିରରେ ୧୪୯ ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ମୋତିଆବିନ୍ଦୁ ଅପରେସନ ନିମନ୍ତେ ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.