Home ଅପରାଧ ନକୁଲ ମୁଣ୍ଡା ମୃତ୍ୟୁ ମାମଲା, ପ୍ରଥମ ସ୍ତ୍ରୀ ସହ ୩ କୋର୍ଟ ଚାଲାଣ

ନକୁଲ ମୁଣ୍ଡା ମୃତ୍ୟୁ ମାମଲା, ପ୍ରଥମ ସ୍ତ୍ରୀ ସହ ୩ କୋର୍ଟ ଚାଲାଣ

162

ଯାଜପୁର୨୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ପୁଲିସ ନକୁଳ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । କେଉଁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଯେକି ଯାଜପୁର କୁସୁମା ପୋଖରୀ ପାଖରେ ରହୁଥିବା ରାଜେନ୍ଦ୍ର ହେମ୍ବ୍ରମ୍ବଙ୍କ ପୁଅ ଶିବ ଓରଫ ସିଦ୍ଧି ମୁଣ୍ଡା ଓରଫ ହେମ୍ବ୍ରମ(୩୪),ନକୁଲର ପ୍ରଥମ ସ୍ତ୍ରୀ ତଥା ଶିବର ସ୍ତ୍ରୀ ରେରେ ଓରଫ ଲକ୍ଷ୍ମୀ ମୁଣ୍ଡା(୩୦), ଓ ସହଯୋଗୀ ବଡବରୁଣାଇପଦା ଗ୍ରାମର ଗଙ୍ଗା ମୁଣ୍ଡାଙ୍କ ପୁଅ ଫୁଲୁକା ମୁଣ୍ଡା ଓରଫ ପିଲୁ ପୂର୍ତି (୩୦)କୁ ଦଫା ୩୦୨, ୩୪ ଆଇପିସିରେ କୋର୍ଟ ଚାଲାଣ କରାଯାଇଛି ।

 

ସୁଚନାଯୋଗ୍ୟ- କରଦା ପଂଚାୟତର ପଳସା ଆଦିବାସୀ ସାହିର ନକୁଲ ମୁଣ୍ଡାଙ୍କ ଗତ ୨୭ ତାରିଖ ମରଣାନ୍ତକ ଆକ୍ରମଣ ହୋଇଥିଲା । ନକୁଳର ମୁଣ୍ଡକୁ କୋଦାଳରେ ପିଟିବା ସହ ତାର ଗୁପ୍ତାଙ୍ଗକୁ ତାର ପୂର୍ବ ସ୍ତ୍ରୀ ରେରେ ମୁଣ୍ଡା ଓ ତାର ସ୍ୱାମୀ ଶିବ କେତେକ ସହଯୋଗୀଙ୍କ ସହ ମାଡ ମାରି ଦେପାଦା ଗ୍ରାମ ନିକଟରେ ରାସ୍ତା କଡକୁ ଫୋପାଡି ଦେଇଥିଲେ । ନକୁଳକୁ ପ୍ରଥମେ ଯାଜପୁର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ନକୁଳର ମୃତ୍ୟୁ ଘଟିଥିଲା । ଏନେଇ ନକୁଳର ଭିଣୋଇ ସାଗର ଚତାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୧୮/୨୦ ତଦନ୍ତ ଜାରି ରଖିଥିଲା । ଅଭିଯୋଗ ମୁତାବକୁ ଅନାମ ମୁଣ୍ଡାଙ୍କ ପୁଅ ନକୁଳ ଠାରୁ ତାର ସ୍ତ୍ରୀ ରେରେ ମୁଣ୍ଡା ଆଜକୁ ୬ ବର୍ଷ ହେବ ତାକୁ ଛାଡି ଶିବ ମୁଣ୍ଡାକୁ ବିବାହ କରିଛି । ରେରେ ଛାଡିଆସିଥିବା ପୁଅକୁ ନକୁଳ ରଖିଛି । ଶୁକ୍ରବାର ନକୁଳ ଘରେ କେହି ନଥିବା ବେଳେ ରେରେ ଓ ଶିବ ସେଠାରେ ପହଂଚି ପୁଅକୁ ନେଇ ଆସିଛି । ଘରକୁ ଫେରି ପୁଅ ନଥିବା ଦେଖି ଖୋଜିଲା ବେଳେକୁ ରେରେ ଆସି ନେଇଥିବା ପଡୋଶୀଙ୍କ ଠାରୁ ସୂଚନା ପାଇ ନକୁଳ ତାକୁ ନେବାକୁ ବଡବରୁଣାଇ ପଦା ଗ୍ରାମକୁ ଆସି ଫେରିନଥିଲା । ସନ୍ଧ୍ୟା ୭ଟା ବେଳେ ସେ ରାସ୍ତା କଡରେ ପଡିଥିବା ଖବର ପାଇ ପରିବାର ପକ୍ଷରୁ ତାକୁ ଉଦ୍ଧାର କରାଯାଇଥିଲା । ନକୁଳ ବରୁଣାଇପଦାରେ ପହଂଚିବା ପରେ ପୁଅକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାର ସୁଯୋଗରେ ରେରେର ଦ୍ୱିତୀୟ ସ୍ୱାମୀ ଶିବ ମୁଣ୍ଡା, ରେରେ ଓ ଫୁଲୁକା ମୁଣ୍ଡା ତାକୁ ଆକ୍ରମଣ କରିଥିଲେ । ସେ ନିଜ ଜୀବନ କୁ ବଂଚାଇ ବିଲ ବାଟ ଦେଇ ଖସି ଆସିଥିଲେ ହେଁ ଦେପଦା ନିକଟରେ ରାସ୍ତା କଡରେ ପଡିଯିବା ପରେ ଆଉ ଉଠିପାରିନଥିଲା ବୋଲି ମୃତ୍ୟୁ ପୂର୍ବରୁ ସେ ବୟାନ ଦେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.