Home ଜିଲ୍ଲା ପରିକ୍ରମା ବ୍ରାହ୍ମଣ ସମିତି ପ୍ରତିଷ୍ଠାତା ସଭାପତିଙ୍କ ବିୟୋଗ

ବ୍ରାହ୍ମଣ ସମିତି ପ୍ରତିଷ୍ଠାତା ସଭାପତିଙ୍କ ବିୟୋଗ

115

ବାଲେଶ୍ୱର, ୨୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ପ୍ରାକ୍ତନ ସଭାପତି ପ୍ରତିଷ୍ଠାତା ସଭ୍ୟ, ବରିଷ୍ଠ ଉପଦେଷ୍ଠା ତଥା ବାଣୀରତ୍ନ ଉପାଧି ପ୍ରାପ୍ତ ବିଶିଷ୍ଟ କର୍ମକାଣ୍ଡବିତ୍ ପଣ୍ଡିତ ରଘୁନାଥ ଷଡ଼ଙ୍ଗୀଙ୍କର ଗତକାଲି ବୁଧବାର ସକାଳେ ଦେହାନ୍ତ ଖବର ପାଇ ସମିତିର ସଂପାଦକ ଶ୍ରୀ ଗୌରଚନ୍ଦ୍ର ଦାଶ ବାଲେଶ୍ୱର ବୈରାମ ନଗରସ୍ଥିତ ତାଙ୍କ ବାସଭବନରେ ପହଞ୍ôଚ ତାଙ୍କୁ ଶେଷଦର୍ଶନ କରିବା ସହିତ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଖବର ପ୍ରଚାରିତ ହେବା ପରେ ଜିଲ୍ଲା ବ୍ରାହ୍ମଣ ସମିତି ପରିଚାଳନା କମିଟିର କର୍ମକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ, ବିଭିନ୍ନ ବ୍ଲକ୍ ସ୍ତରୀୟ ଆଞ୍ଚଳିକ ବ୍ରାହ୍ମଣ ସମିତିର କର୍ମକର୍ତ୍ତାମାନେ ଏବଂ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ରାଜ୍ୟ ବ୍ରାହ୍ମଣ ମହାସଭାର ସଭାପତି ଓ କର୍ମକର୍ତ୍ତା ତାଙ୍କ ବିୟୋଗରେ ଶୋକବାର୍ତ୍ତା ପଠାଇଥିବା ସଂପର୍କରେ ସଂପାଦକ ଶ୍ରୀଦାସ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଡାଃ ଶ୍ରୀଶ କୁମାର ଦାଶ, ସଭାପତି, ପ୍ରଫେସର ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ ମହାସଭାର ସଭାପତି, ଡଃ କ୍ଷିିତିଶ୍ୱର ଦାଶ, କୃଷ୍ଣଚନ୍ଦ୍ର ପତ୍ରୀ, ଶକ୍ତିପଦ ପଣ୍ଡା, ହରେକୃଷ୍ଣ ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ଶୁଭଙ୍କର ମହାପାତ୍ର, ଅକ୍ଷୟ କୁମାର ତ୍ରିପାଠୀ, ବୁଦ୍ଧିରାମ ପାଣିଗ୍ରାହୀ, ସର୍ବେଶ୍ୱର ପତି, ଲକ୍ଷ୍ମୀଧର ମହାପାତ୍ର, ଭୃଗୁରାମ କର, ସରୋଜ ନାରାୟଣ ଷଡ଼ଙ୍ଗୀ, ସତୀଶ କର, ସତୀଶ ଚନ୍ଦ୍ର ମିଶ୍ର, କ୍ଷିତିଶ ଚନ୍ଦ୍ର ପଣ୍ଡା, ଡଃ ଯଦୁନାଥ ମିଶ୍ର, ନିରଞ୍ଜନ ଦାଶ, ପ୍ରଭାକର ମିଶ୍ର, କୁନା କର, ପୂଣ୍ୟଶ୍ଳୋକ ନନ୍ଦ, ବୈଦ୍ୟନାଥ ଆଚାର୍ଯ୍ୟ, ରାଧାକୃଷ୍ଣ ଆଚାର୍ଯ୍ୟ, ନିରାକାର ଦାଶ, ଲକ୍ଷ୍ମୀକାନ୍ତ ନନ୍ଦ, କମଳାକାନ୍ତ ଦାଶ, ପ୍ରଦୀପ ଚକ୍ରବର୍ତ୍ତୀ, ପ୍ରଶାନ୍ତ ଶତପଥୀ, ଚିନ୍ମୟ ପାଣିଗ୍ରାହୀ, ଇଂ ଡମ୍ବରୁଧର ବିଶୋଇ, ଇଂ ଅଶ୍ୱିନୀ କୁମାର ଦଣ୍ଡପାଟ, ଅଶୋକ କୁମାର ପୁରୀ, କମଳାକାନ୍ତ ତ୍ରିପାଠୀ, ଗିରିଶ ଚନ୍ଦ୍ର ଦାଶ, ଭଗବାନ ଆଚାର୍ଯ୍ୟ, ଦେବାଶିଷ ହୋତା, ଉମାକାନ୍ତ ଉପାଧ୍ୟାୟ, ହରିଶ୍ଚନ୍ଦ୍ର ପଣ୍ଡା, ପ୍ରଦୀପ କୁ ମିଶ୍ର, ପ୍ରଫେସର କମଳାକାନ୍ତ ଆଚାର୍ଯ୍ୟ ଓ ଅନ୍ୟମାନେ। ସେହି ମହାନ୍ ଆତ୍ମାର ଅଦ୍‌ଗତି କାମନା ସହିତ ତାଙ୍କ ପରିବାରବର୍ଗଙ୍କୁ ଏ ବିପଦରେ ଧୈର୍ଯ୍ୟ ପ୍ରଦାନ କରିବାକୁ ଜିଲ୍ଲା ବ୍ରାହ୍ମଣ ସମିତି ତରଫରୁ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.