Home ଓଡ଼ିଶା ବିପଦ ସଙ୍କେତ ଉପରେ ଜିଲ୍ଲାର ୩ ପ୍ରମୁଖ ନଦୀ – ବନ୍ୟାସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ...

ବିପଦ ସଙ୍କେତ ଉପରେ ଜିଲ୍ଲାର ୩ ପ୍ରମୁଖ ନଦୀ – ବନ୍ୟାସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

152

ବାଲେଶ୍ୱର, ୨୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ଜଳରେ ବାଲେଶ୍ୱର ଜିଲ୍ଲାର ପ୍ରମୁଖ ନଦୀମାନଙ୍କରେ ଏବେ ବନ୍ୟାସ୍ଥିତି ଉପୁଜିଥିବା ଲକ୍ଷ୍ୟ କରାଯାଇଛି। ଗତ କାଲି ରାତି ୧୦ଟାରୁ ଯଦିଚଃ ବର୍ଷା ବନ୍ଦ ହୋଇଛି ତେବେ ଜିଲ୍ଲାରେ ଗୋଟିଏ ଦିନରେ ମୋଟ ୬୭୫ ମିଲି ମିଟର ବର୍ଷା ହୋଇଥିବା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ତେବେ ୩ଦିନର ଲଗାଣ ବର୍ଷା ଓ ଉପରମୁଣ୍ଡା ଜଳ ଯୋଗୁଁ ଏବେ ନଦୀମାନଙ୍କରେ ବଢ଼ୁଥିବା ଜଳପତ୍ତନ ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୁବର୍ଣ୍ଣରେଖା ନଦୀର ରାଜଘାଟସ୍ଥିତ ୱାଟର ଲେଭଲ ରିଡିଂ ପଏଣ୍ଟରେ ସତର୍କ ସୂଚନାଙ୍କ ବିପଦ ସୂଚାନଙ୍କ ୧୦.୩୬ ମିଟର ଥିବା ବେଳେ ଆଜି ସଂଧ୍ୟା ୭ଟା ସୁଦ୍ଧା ୯.୬୮ ମିଟରରେ ଜଳ ପ୍ରବାହିତ ହେଉଛି। ଛତିଶଗଡ଼ର ଚନ୍ଦିନି ଡ୍ୟାମ ଓ ଗୁଲାଡି ବ୍ୟାରେଜ୍‌୍‌ରୁ ଖୋଲା ଯାଇଥିବା ଗେଟ୍ ଯୋଗୁଁ ଆସନ୍ତାକାଲି ସକାଳ ସୁଦ୍ଧା ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଟପିବ ବୋଲି ପ୍ରଶାସନ ପକ୍ଷରୁ ଅନୁମାନ କରାଯାଇଛି। ସେହିଭଳି ବୁଢ଼ାବଳଙ୍ଗ ନଦୀର ଏନଏଚ-୫ ଗୋବିନ୍ଦପୁରସ୍ଥିତ ରିଡିଂ ପଏଣ୍ଟର ବିପଦ ସଙ୍କେତ ୮.୧୩ ମିଟର ଉପରେ ଅର୍ଥାତ ୮.୪୦ ମିଟରରେ ଜଳ ପ୍ରବାହ ସ୍ଥିର ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ କ୍ରମଶଃ ହ୍ରାସ ପାଉଥିବା ଜଣାପଡ଼ିଛି। ଜଳକା ନଦୀର ମଥାନି ରିଡିଂ ପଏଣ୍ଟରେ ବିପଦ ସୂଚନାଙ୍କ ୫.୫୦ ମିଟର ଥିବା ବେଳେ ଅଜି ସକାଳ ସୁଦ୍ଧା ଜଳପତ୍ତନ ୭.୦ ମିଟରରେ ପ୍ରବାହତ ହେଉଥିଲା। ତେବେ ସଂଧ୍ୟା ୭ଟା ସୁଦ୍ଧା ଏହା ହ୍ରାସ ପାଇ ୬.୮୮ରେ ପହଞ୍ଚିଛି। ତେବେ ବିପଦ ସଙ୍କେତ ଉପରେ ଥିବା ଜଳକା ଓ ବୁଢ଼ାବଳ୍ଗ ଏବଂ ବିପଦ ସଙ୍କେତ ନିକଟତର ହେଉଥିବା ସୁବର୍ଣ୍ଣରେଖା ନଦୀ ପାଶ୍ୱର୍ବତ୍ତୀ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ୩ ନଦୀ ପ୍ରବାହିତ ସଦର, ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ପ୍ରଭୃତି ବ୍ଲକର ଲକ୍ଷାଧିକ ଏକର ଚାଷଜମି ଏବେ ପାଣିରେ ବୁଡ଼ି ରହିଥିବା ବେଳେ ବହୁ ତଳିଆ ଅଞ୍ଚଳର ଲୋକେ ଏବେ ଜଳବନ୍ଦୀ ଭାବେ ରହିଛନ୍ତି। ଏନେଇ ଅଗ୍ନିଶମ ବିଭାଗଳ ଓଡ୍ରାଫ ଓ ଏନଡିଆରଏଫ ଟିମ୍ କେତେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରଖଛନ୍ତି। ଜିଲ୍ଲାର ବନ୍ୟା ପରିସ୍ଥିତି ପଚାଳାନାକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଆଜି ବାଲେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଉଦ୍ଧାର କାର୍ଯ୍ୟ ପରିଚାଳନା ଓ ରିଲିଫ୍ ପ୍ରଦାନ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.