Home ଜିଲ୍ଲା ପରିକ୍ରମା ବ୍ରାହ୍ମଣ ସମିତିର ବାର୍ଷିକ ଅଧିବେଶନ ଓ ମାନବ କଲ୍ୟାଣ ଯଜ୍ଞ

ବ୍ରାହ୍ମଣ ସମିତିର ବାର୍ଷିକ ଅଧିବେଶନ ଓ ମାନବ କଲ୍ୟାଣ ଯଜ୍ଞ

52

ବାଲେଶ୍ୱର, ୧ା୧ (ଓଡ଼ିଆ ପୁଅ/ଅଭୟ ଦାସ) – ଜିଲା ବ୍ରାହ୍ମଣ ସମିତିର ବାର୍ଷିକ ଯଜ୍ଞ ଓ ଏକଶତ ଅଧିବେଶନ ଦାମୋଦରପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୍‍କାର୍ଯ୍ୟକ୍ରମରେ ମାନବ କଲ୍ୟାଣ ତଥା ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ବାର୍ଷିକ ଅଧିବେଶନ ସଂଗଠନର ସଭାପତି ଡା. ଶ୍ରୀଶ କୁମାର ଦାଶଙ୍କ ଅଧ୍ୟକ୍ଷତାରେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୌରଚନ୍ଦ୍ର ଦାଶ ବୈଠକରେ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ କରିବା ସହିତ ଅଧିବେଶନରଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।୧୯୨୧ ମସିହାରୁ ବ୍ରାହ୍ମଣ ସମିତି ବାଲେଶ୍ୱର ଜିଲାରେ ସ୍ଥାପିତ ହୋଇ ଏକଶହ ବର୍ଷରେ ପହଞ୍ଚିଥିବା କାରଣରୁ ସଭାରେ ସମସ୍ତେ ସନ୍ତୋଷ ପ୍ରକାଶ କରିଥିଲେ। କିଛିମାତ୍ରାରେ ନଷ୍ଟ ହୋଇଥିବା ସମିତିର ସୌଧର ନବୀକରଣ ଓ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଉପସ୍ଥିତ ସଭ୍ୟଙ୍କ ପ୍ରସ୍ତାବକୁ ଗୃହୀତ କରାଯାଇଥିଲା। ସମିତିର ଆର୍ଥିକ ସ୍ଥିତିର ଉନ୍ନତି ସହିତ ଜିଲାର ସମସ୍ତ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ବ୍ରାହ୍ମଣ ସମିତିର ଶାଖା ପ୍ରତିଷ୍ଠା ପାଇଁ ଏହି ଅଧିବେଶନରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଅବସରପ୍ରାପ୍ତ ଅଧିକାରୀ ବନମାଳି ନାୟକଙ୍କୁ ସମିତିର ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟପାଇଁ ପରାମର୍ଶଦାତା ଭାବେ ଦାୟିତ୍ୱ ପ୍ରଦାନ କରାଗଲା। ଏଥିସହିତ ସମିତି ଗଠନର ଏକଶତବର୍ଷ ପୂର୍ତ୍ତି ଉତ୍ସବ ଆସନ୍ତା ୨୦୨୨ ମସିହାରେ ପାଳନ ନିମନ୍ତେ ସ୍ଥିର କରାଯାଇଥିଲା। ଶକ୍ତିପଦ ପଣ୍ଡା, କୃଷ୍ଣଚନ୍ଦ୍ର ପତ୍ରୀ, ରାଧାକୃଷ୍ଣ ଆଚାର୍ଯ୍ୟ, କମଳାକାନ୍ତ ଦାଶ, ଚିନ୍ମୟ ପାଣିଗ୍ରାହୀ, ଭୃଗୁରାମ କର, କ୍ଷିତିଶ ପଣ୍ଡା, ସରୋଜ ଷଡ଼ଙ୍ଗୀ, ଶ୍ୟାମସୁନ୍ଦର ଶୁକ୍ଳ, ଲକ୍ଷ୍ମୀକାନ୍ତ ନନ୍ଦ, ନିରାକାର ଦାଶ, ପ୍ରଦୀପ ଚକ୍ରବର୍ତ୍ତୀ, ବୁଦ୍ଧିରାମ ପାଣିଗ୍ରାହୀ, ଲକ୍ଷ୍ମୀଧର ମହାପାତ୍ର, ଦୀନକୃଷ୍ଣ କର, ପୁଣ୍ୟଶ୍ଳୋକ ନନ୍ଦ, ପ୍ରଶାନ୍ତ ଶତପଥୀ, ଶଙ୍କର୍ଷଣ ପାଣି ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଣ୍ଡିତ ନିରାକାର ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.