Home ଜିଲ୍ଲା ପରିକ୍ରମା ପଥ ବିକ୍ରେତା ସଂଘ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର

ପଥ ବିକ୍ରେତା ସଂଘ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର

18

ବାଲେଶ୍ୱର, ୧ା୧ (ଓଡ଼ିଆ ପୁଅ/ଅଭୟ ଦାସ) – ନୂଆବର୍ଷ ଅବସରରେ ଓଡ଼ିଶା ପଥ ବିକ୍ରେତା ସଂଘର ବାଲେଶ୍ୱର ଟାଉନ ଶାଖା ପକ୍ଷରୁ ପ୍ରତିବର୍ଷ ଭଳି ଗରିବ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ଓ ମିଷ୍ଟାନ୍ନ ବଌକ୍ଷଗ୍ଧ;ନ କରାଯାଇଛି। ସଂଗଠନର ସମ୍ପାଦକ ମହିନି ମୋହନ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହରର ସିନେମାଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ଗରିବ ଅସହାୟ ବର୍ଷିୟାନ ମହିଳା ଓ ପୁରୁଷଙ୍କୁ ଶୀତବସ୍ତ୍ର ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା। ଦୀଘ ୩ ବର୍ଷ ଧରି ଏହିଭଳି କାର୍ଯ୍ୟକ୍ରମ ହୋଇ ଆସୁଥିବା ନେଇ ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ବିଶେଷ କରି ସଂଗଠନ ପକ୍ଷରୁ ପୂର୍ବରୁ ହେଉଥିବା ବାର୍ଷିକ ପିକନିକ୍‌କୁ ବନ୍ଦ କରି ସେହି ଅର୍ଥରେ ଗରିବଙ୍କୁ ଏହି ସହାୟତା ଦିଆହୋଇ ଆସୁଛି ବୋଲି ସେ କହିଛନ୍ତି। ତେବେ ସଂଗଠନ ପକ୍ଷରୁ ସବୁକ୍ଷେତ୍ରରେ ସରକାରଙ୍କୁ ସହଯୋଗ କରାଯାଉଥିଲେ ବି ପୌର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଚିତ ନ୍ୟାୟ ମିଳୁ ନଥିବା ପତବିକ୍ରେତା ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ସହ-ସମ୍ପାଦକ ଆବିଦ୍ ଖାଁ, ପୂର୍ଣ୍ଣଚନ୍ଦ୍ର ଦାସ, ରାଜେଶ ସିଂ, ଅମିତ ମାଝୀ, ବଳରାମ ପୃଷ୍ଟି, ଦୀନବନ୍ଧୁ ସାହୁ, ମନୋଜ ରାଠୋର, ଟିପିରି ସିଂ ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ପଥ ବିକ୍ରେତା ସଂଘର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.