Home କଳାହାଣ୍ଡି ବ୍ରାହ୍ମଣ ସମାଜର ବୈଠକ ଧର୍ମଗଡ ଠାରେ ଅନୁଷ୍ଠିତ, ଆଗାମୀ ପାଂଚ ବର୍ଷ ପାଇଁ କାର୍ଯ୍ୟକର୍ତା ମନୋନୀତ

ବ୍ରାହ୍ମଣ ସମାଜର ବୈଠକ ଧର୍ମଗଡ ଠାରେ ଅନୁଷ୍ଠିତ, ଆଗାମୀ ପାଂଚ ବର୍ଷ ପାଇଁ କାର୍ଯ୍ୟକର୍ତା ମନୋନୀତ

458

କଳାହାଣ୍ଡି – ତା.୦୮.୦୨.୨୦୨୦ ( ଓଡିଆପୁଅ) ବ୍ରାହ୍ମଣ ସମାଜର ଏକ ବୈଠକ ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶନିବାର ଦିନ ଗାୟତ୍ରୀ ପରିବାରର ସୁରେଶ ଚନ୍ଦ୍ର ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଜିଲ୍ଲାର ବିଭିନ୍ନ ଅଂଚଳରୁ ଅନେକ ବ୍ରାହ୍ମଣ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆୟୋଜମ ମାନେ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଦୀର୍ଘ ଦିନ ପରେ ବ୍ରାହ୍ମଣ ସମାଜର ଏକ ବୈଠକ ହେଉଥିବା ଦୃଷ୍ଟିରୁ ପ୍ରାୟ ସମସ୍ତ ବ୍ରାହ୍ମଣ ମାନେ ଏକତ୍ରୀତ ହେଉଥିବା ପ୍ରକାଶ । ଅନ୍ୟପକ୍ଷରେ ଏହି ସଭା ଆୟୋଜକ ମାନଙ୍କ ଦ୍ୱାରା ଧର୍ମଗଡ ଉପଖଣ୍ଡର ଆଠ ଗୋଟୀ ବ୍ରାହ୍ମଣ ବ୍ଲକ ରେ ନିଯୁକ୍ତ ପ୍ରତିନିଧି ମାନଙ୍କ ଦ୍ୱାରା ପ୍ରତି ବ୍ଲକରୁ ଦୁଇଜଣ କାର୍ଯ୍ୟକର୍ତା ପ୍ରତିନିଧି ଏବଂ ତିନି ଜଣ ଉପଦେଷ୍ଠାଙ୍କ ନାମ ସୁପାରିଶ କରିବାକୁ କୁହାଯାଇଥିବାର ପ୍ରକାଶ । କୋକସରା ବ୍ଲକ ଅଂଚଳରେ ସମସ୍ତ ଗ୍ରାମରୁ ଗ୍ରାମ୍ୟ କମିଟୀ, ଅଂଚଳ କମିଟୀ ଓ ବ୍ଲକ କମିଟୀ ଗଠନ କରାଯାଇ ସେସବୁରେ ସମସ୍ତଙ୍କ ମତାମତ ନେଇ ପ୍ରତିନିଧି ଚୟନ କରାଯାଇଥିବା ବେଳେ ଅନ୍ୟ ସବୁଯାକ ବ୍ଲକରେ କେବଳ ଆୟୋଜକ ମାନଙ୍କ ପ୍ରାୟୋଜିତ ବ୍ୟକ୍ତି ମାନେ ହିଁ ବିଭିନ୍ନ ନାମ ସୁପାରିଶ କରିଥିବା ନେଇ ଉପସ୍ଥିତ ବ୍ରାହ୍ମଣ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଜୁନାଗଡ ବ୍ଲକ ଅଂଚଳରେ କୌଣସି ବୈଠକ କରାନଯାଇ ଆୟୋଜକ ମାନଙ୍କ ପ୍ରତିନିଧି ଭାଗିରଥି ପଣ୍ଡାଙ୍କ ଦ୍ୱରା କେନ୍ଦ୍ରୀୟ ପ୍ରତିନିଧି ଚୟନ କରାଯାଇଥିବା ବେଳେ ଚାରବାହାଲ ବ୍ଲକ ଅଂଚଳ ପାଇଁ ଆୟୋଜକ ମାନଙ୍କ ପ୍ରତିନିଧି ହରିହର ପଣ୍ଡା, ଜୟପାଟଣା ବ୍ଲକ ଅଂଚଲ ପାଇଁ ଓ ଗୋଲାମୁଣ୍ଡା ବ୍ଲକ ଅଂଚଲ ପାଇଁ ଆୟୋଜକ ମାନେ କେନ୍ଦ୍ରୀୟ ପ୍ରତିନିଧି ଚୟନ କରିଥିବା ଆଲୋଚନା ହୋଇଥିଲା । ସେହିପରି ଦେଓଭୋଗ ଅଂଚଳ ପାଇଁ ଦେବେନ୍ଦ୍ର ବେହେରା କେନ୍ଦ୍ରୀୟ ପ୍ରତିନିଧି ଚୟନ କରି ନାମ ସୁପାରିଶ କରିଥିଲେ । କଲମପୁର ବ୍ଲକ ଅଂଚଳ ପାଇଁ ଆୟୋଜକ ପ୍ରତିନିଧି ବ୍ୟୋମକେଶ ପାଣିଗ୍ରାହୀ କଲମପୁର ବ୍ଲକ ଅଂଚଲରେ କୌଣସି ବୈଠକ ନକରି ସରୋଜ ଶର୍ମାଙ୍କ ନାମ ଳେନ୍ଦ୍ରୀୟ କମିଟୀକୁ ସୁପାରିଶ କରିଥିବା ବେଳେ ଅନେକ ପ୍ରତିବାଦ କରିଥିଲେ । ଅନ୍ୟ ପକ୍ଷରେ କଲମପୁର ବ୍ଲକ ଅଂଚଳରୁ ସେଠାରେ ଅନେକ ଗୁଣି ଜ୍ଞାନୀ ବ୍ୟକ୍ତିତ୍ୱ ଥିଲେ ହେଁ ସେମାନଙ୍କୁ କେନ୍ଦ୍ରୀୟ କମିଟୀରେ ନିଆ ଯାଇନଥିଲା । ମୋଟାମୋଟୀ ଭାବେ ଅୟୋଜକ ମାନେ ନିଜେ ନିଜେ କିପରି କେନ୍ଦ୍ରୀୟ କମିଟୀରେ ସ୍ଥାନୀତ ହେବେ ତାହାର ଏକ ରୂପରେଖ ପୂର୍ବରୁ ପ୍ରସ୍ତୃତ କରାଯାଇଥିବା ବେଳେ ଏହି ସଭାରେ କେବଳ ଔପଚାରିକତା ପାଳନ କରାଯାଇଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ପୂର୍ବରୁ ଯେଉଁମାନେ ପ୍ରତି ଗ୍ରାମରୁ ବ୍ରାହ୍ମଣ ସଂଗଠନ କରିବା ସହିତ ଅଂଚଳ ଓ ବ୍ଲକ ଅଂଚଳ ପାଇଁ ସମାଜ ସଂଗଠନ କରି ସେହି ଅନୁସାରେ କେନ୍ଦ୍ରୀୟ କମିଟୀ ଗଠନ କରିବାକୁ ମତାମତ ଦେଉଥିବା ବେଳେ ସେହି ସଂଗଠକ ମାନଙ୍କୁ ଅଣଦେଖା କରାଯାଇଥିବା ବେଳେ କେବଳ ପଦବୀ ଲାଲାୟୀତ ବ୍ୟକ୍ତିମାନେ କିପରି ସଂଗଠନର ଆଗଧାଡିର ଆସନ ପାଇବେ ସେହି ବ୍ୟବସ୍ଥା କରି କମିଟୀ ଗଠନ କରୁଥିବା ନେଇ ଉପସ୍ଥିତ ବ୍ରାହ୍ମଣ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଆୟୋଜକ ମାନଙ୍କ ଅନୁସାରେ ଏକ କମିଟୀ ଗଠନ କରାଯାଇଥରଲା । ସଭାପତି ଭାବେ ଜନାର୍ଦ୍ଦନ ପଣ୍ଡା ଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଆୟୋଜକ ତଥା ଧର୍ମଗଡରୁ ମନୋନୀତ ସୁନୀଲ ପାତ୍ର, ସଂପାଦକ ଭାବେ ଆୟୋଜକ ତଥା ଧର୍ମଗଡରୁ ମନୋନୀତ ଏବଂ ଶିକ୍ଷକ ନେତା ହେମନ୍ତ ପଣ୍ଡା, କୋଷାଧ୍ୟକ୍ଷ ଭାବେ ଆୟୋଜକ ମାନଙ୍କ ମନୋନୀତ ତଥା ଜୁନାଗଡ ବ୍ଲକରୁ ପ୍ରତିନିଧିତ୍ୱ କରୁଥିବା ଶିକ୍ଷକ ନେତା ମନୋରଂଜନ ପାଣିଗ୍ରାହୀ, ସଂଗଠନ ସଂପାଦକ ଭାବେ ବିଶିଷ୍ଟ ସଂଗଠକ ତଥା ଜିଲ୍ଲା କୃଷକ ବିଜେଡି ସଭାପତି ଦିଲିପ ଠାକୁରଙ୍କୁ ମନୋନୀତ କରାଯାଇଥିବା ବିଷୟ ଆୟୋଜକ ସୁରେଶ ମୁଣ୍ଡ ଘୋଷଣା କରିଥିଲେ । ସେହିପରି ଆୟୋଜକ ମାନଙ୍କ ମଧ୍ୟରୁ ସୁରେଶ ମୁଣ୍ଡ, ଭାଗିରଥି ପଣ୍ଡା ପ୍ରମୂଖ ଉପଦେଷ୍ଠା ଭାବେ ମନୋନୀତ ହୋଇଥିବା ପ୍ରକାଶ । ସେହିପରି ଦେଓଭୋଗ , ଜୟପାଟଣା ଅଂଚଳରୁ ବ୍ରାହ୍ମଣ ପ୍ରତିନିଧି ମାନଙ୍କୁ କାର୍ଯ୍ୟକର୍ତା ପରିଷଦରେ ସ୍ଥାନ ଦିଆଯାଇଥିବା ପ୍ରକାଶ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଧର୍ମଗଡ ବ୍ଲକ କାର୍ଯ୍ୟକର୍ତା ହେମନ୍ତ ପଣ୍ଡାଙ୍କୁ କେନ୍ଦ୍ରୀୟ କମିଟୀ ସଂପାଦକ ଭାବେ ସ୍ଥାନୀତ କରିବାକୁ ବ୍ଲକ କମିଟୀ ମିଟିଂ ଡାକି ଜବରଦସ୍ତ ଭାବେ କେନ୍ଦ୍ରୀୟ କମିଟୀ ଗଠନ କରିଥିବା ହେତୁ ବ୍ରାହ୍ମଣ ସଂଗଠନରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହା ହେଉ ସମଗ୍ର ବ୍ରାହ୍ମଣ ମାନେ ସ୍ୱତଃ ପ୍ରବୃତ ଭାବେ ଏକତ୍ରୀତ ହେବାକୁ ଆଗେଇ ଆସୁଥିବା ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.