Home କେନ୍ଦୁଝର କରଗୋଳା  ରାସ୍ତା କଲଭଟ କାମ ଅଧାପନ୍ତରିଆ, ହିନସ୍ଥା ହେଲେ ବିଲୁଆ ସାହି ଲୋକେ

କରଗୋଳା  ରାସ୍ତା କଲଭଟ କାମ ଅଧାପନ୍ତରିଆ, ହିନସ୍ଥା ହେଲେ ବିଲୁଆ ସାହି ଲୋକେ

42

ହାଟଡିହି- ୩୧ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ଗ୍ରାମର ରାସ୍ତାକାମ ଅଧାପନ୍ତରିଆ ଭାବେ ପଡି ରହିଥିବାରୁ ଚଳିତ ବାତ୍ୟା ସମୟରେ ଲଗାଣବର୍ଷା ଯୋଗୁଁ ଗାଁ ଲୋକେ ବାହାରକୁ ବାହାରି ପାରିଲେ ନାହିଁ । ସାହି ଲୋକଙ୍କ ଅଭିଯୋଗ ଅନୁଯାଇ ଆର.ଡି ରୋଡ ଠାରୁ ବିଲୁଆ ସାହିକୁ ସଂଯୋଗ କରୁଥିବା ରାସ୍ତାରେ ଏକ କଲଭଟ ନିର୍ମାଣ ପାଇଁ ଅନୁଦାନ ଯେଗ।ଇ ଦିଆଯାଇଥିଲା । ସେହି ପଞ୍ଚାୟତ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ବାହାରିଥିବାବେଳେ ଗାଁର କିଛି ୁଜିନେତା ଏହି କାମ କରୁଛନ୍ତି । ଫେବୃୟାରୀ ମାସରୁ ଏହି କଲଭଟ କାମ କରିତଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାହା ସମ୍ପୁର୍ଣ୍ଣ ହୋଇପାରି ନାହିଁ । କଲଭଟ ନିର୍ମାଣ ଅଧା ପନ୍ତରିଆ ହୋଇ ପଡିଥିବାରୁ ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି । ଏହି ସାହିକୁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ଏମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । କୌଣସି ବିପଦ ଆପଦ ବେଳେ ଏପରିକି ମେଡିକାଲକୁ ରୋଗୀଟିଏ ନେଇ ଯିବାକୁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେଉଁମାନେ କାମ କରୁଥିଲେ ସେମାନଙ୍କୁ କାମ ସମ୍ପୁର୍ଣ୍ଣ କରିବାକୁ କହିବାରୁ ତୁମେ ୨୦ହଜାର କରି ଚାନ୍ଦା ଦିଅ କାମ କରାଯିବ ବୋଲି କହୁଥିବା ନେଇ ଗ୍ରାମର ଅଶୋକ ଯେନା, ପହଲା ଯେନା, କହ୍ନେଇ ଯେନା, ବଳରାମ ଯେନା, ଧନେଶ୍ୱର ଯେନା, ତ୍ରୀନାଥ ଯେନା, ମଥୁରା ଯେନା, କଲ୍ୟାଣୀ ଯେନା, ପ୍ରମିଳା ଯେନା, ଶତୃଘ୍ନ ଯେନା, ଝରଣା ଯେନା, ରତିକାନ୍ତ ଯେନା, ସୁଦର୍ଶନ ଯେନାଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଆଜି ବିଡିଓଙ୍କୁ ଏକ ଦାବିପତ୍ର ଦେବାସହ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.