Home କୋରାପୁଟ ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ

ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ

38

କୋରାପୁଟ ୦୭-୦୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି।ନନ୍ଦପୁର ବ୍ଲକର ରାଇସିଂ ହାଟପଦାଠାରେ କୋରାପୁଟ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ଓ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଓଡିଶା ମିଲେଟ ମିଶନ ସହାୟତାରେ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ମାଣ୍ଡିଆ ଚାଷର ପ୍ରଚାର ନିମନ୍ତେ ପ୍ରକଳ୍ପ ଆରମ୍ଭ କରି ୫୩୩୮ ଜଣ ଚାଷୀଙ୍କୁ ଶ୍ରୀ ପ୍ରଣାଳୀରେ ମାଣ୍ଡିଆ ଚାଷ କରିବା ନିମନ୍ତେ ସହାୟତା ପ୍ରଦାନ କରାଯାଇଥିବା ସଂପାଦକ ପ୍ରଭାକର ଅଧିକାରୀ ସୂଚନା ଦେଇଥିଲେ।ନନ୍ଦପୁର ବ୍ଲକରେ ୧୧୦୦୦ କ୍ୱିଂଟାଲ ମାଣ୍ଡିଆ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ସେ ସୂଚନା ଦେଇଥିଲେ।ମାଣ୍ଡିଆ ଚାଷ କରିବା ଓ ଉତ୍ପାଦିତ ମାଣ୍ଡିଆକୁ ମଣ୍ଡିରେ ବିକ୍ରୀ କରିବାକୁ ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।ମାଣ୍ଡିଆର ପୈାଷ୍ଟିକ ଦିଗ ଉପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଆଲୋକପାତ କରିବା ସହ ଜିଲ୍ଲାରେ ମିଲେଟ ମିଶନ ମାଧ୍ୟମରେ ୭୨୦୦୦ କ୍ୱିଂଟାଲ ମାଣ୍ଡିଆ କ୍ରୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ ସୂଚନା ଦେଇଥିଲେ।ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭରତ ଚନ୍ଦ୍ର ନାଥ, ଟିଡିସିସି ଶାଖା ପରିଚାଳକ ଗଂଗାଧର ମହାନ୍ତି, କୋରାପୁଟ ଆରଏମସିର ସଂପାଦକ ଅରୁଣ କୁମାର ଜେନା ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.