Home ଓଡ଼ିଶା ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅନ୍ତର୍ଗତ ଦିନିକିଆ ଜିଲ୍ଳା ସ୍ତରୀୟ ସଚେତନା ଓ ପ୍ରଶିକ୍ଷଣ...

ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅନ୍ତର୍ଗତ ଦିନିକିଆ ଜିଲ୍ଳା ସ୍ତରୀୟ ସଚେତନା ଓ ପ୍ରଶିକ୍ଷଣ କର୍ମଶାଳା

42

ବ୍ରହ୍ମପୁର ୩୧-୮ (ଓଡ଼ିଆ ପୁଅ) ଗଞ୍ଜାମ ଜିଲ୍ଳାର ବ୍ରହ୍ମପୁର ଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅନ୍ତର୍ଗତ ଏକ ଦିନିକିଆ ଜିଲ୍ଳା ସ୍ତରୀୟ ସଚେତନା ଓ ପ୍ରଶିକ୍ଷଣ କର୍ମଶାଳା ଏନ୍‌.ସି.ଡ଼ି.ସି ଓ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ମନ୍ତ୍ରାଣାଳୟ ସହଯୋଗରେ ତା.୨୯.୦୮.୨୦୨୧ ଦିନ ଅନୁଷ୍ଠିତ ହୋଇ ଯାଇଅଛି। ଅୟୋଜିତ କର୍ମଶାଳାରେ ଗଞ୍ଜାମ ଜିଲ୍ଲାରୁ ବହୁସଂଖ୍ୟକ ମତ୍ସ୍ୟ ଏବଂ କୃଷି ସମବାୟ ସମିତିର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଟି.ପ୍ରସାଦ ରାଓ ଡ଼ୋରା ଯୋଗଦେଇ ଥିଲେ ଏବଂ ଏହି କର୍ମଶାଳା ମାଧ୍ୟମରେ କେମିତି ମତ୍ସ୍ୟ ଓ କୃଷି କ୍ଷେତ୍ରରେ ଚାଷୀମାନଙ୍କୁ ସମବାୟ ମାଧ୍ୟମରେ ନିଜର ଉତ୍ପାଦନକୁ ବିକଶିତ କରିବା, ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଆହରଣ କରିବା ଏବଂ ନିଜର ଉତ୍ପାଦନକୁ ରାଜ୍ୟ ତଥା ରାଜ୍ୟ ବାହାରେ ପହଂଚାଇବାରେ ସହାୟକ ହୋଇପାରିବ ତାହା ଉପରେ ଅଲୋକପାତ କରିଥିଲେ। ଏହି କର୍ମଶାଳାରେ ନିର୍ଦ୍ଦେଶକ ଇଫକୋ ଶ୍ରୀଯୁକ୍ତ ଶୀମାଂଚଳ ପାଢୀ, ମତ୍ସ୍ୟ ବିଭାଗ ଗଜ୍ଞାମର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର ଦାସ, ଉପ ପ୍ରବନ୍ଧକ ସମବାୟ ସମିତି ସମୁହ ଶ୍ରୀଯୁକ୍ତ ବିଶ୍ୱ ରଂଜନ ଦାସ ଓ ସହକାରୀ ପ୍ରବନ୍ଧକ ସମବାୟ ସମିତି ସମୁହ ଶ୍ରୀଯୁକ୍ତ ଶିବ ପ୍ରସାଦ ସ୍ୱାଇଁ ଏବଂ ସହାୟକ ମତ୍ସ୍ୟ ଅଧିକାରୀ ଗଜ୍ଞାମ ଶ୍ରୀଯୁକ୍ତ ତପନ କୁମାର ମହାପାତ୍ର ଆଦି ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏନ.ସି.ଡ଼ି.ସି କ୍ଷେତ୍ରୀୟ କାର‌୍ୟ୍ୟାଳୟ ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶାର୍ଦ୍ଦୁଳ ଯାଦବ ଏହି ଯୋଜନା ଅନ୍ତର୍ଭୁକ୍ତ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ ଓ ଏହି ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ଏନ.ସି.ଡ଼ି.ସି ଏକ ମାଧ୍ୟମ ଓ ଚାଷାୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଏନ.ସି.ଡ଼ି.ସି କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ର ଶ୍ରୀ ପ୍ରତାପ କୁମାର ଷଢଙ୍ଗୀ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.