Home ଓଡ଼ିଶା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଲକାନଗିରି ଉପସେବା କେନ୍ଦ୍ରକୁ ସେବା କେନ୍ଦ୍ରଭାବେ ଘୋଷଣା

ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଲକାନଗିରି ଉପସେବା କେନ୍ଦ୍ରକୁ ସେବା କେନ୍ଦ୍ରଭାବେ ଘୋଷଣା

26

ମାଲକାନଗିରି,୨୮ା୯(ଓଡିଆ ପୁଅ ) ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମାଲକାନଗିରି ଜିଲ୍ଲାଠାରେ ଗତ ୨୦୨୦ ମସିହାରେ ଏକ ଉପସେବା କେନ୍ଦ୍ରଖୋଲା ଖୋଲା ଯାଇଥିଲା । ସେହି ଉପସେବା କେନ୍ଦ୍ର ଟିକୁ ଦୀର୍ଘ୨୧ବର୍ଷ ପରେ ସେବାକେନ୍ଦ୍ର ଭାବେ ଘୋଷଣା କରାଯାଇ ଉଚ୍ଚଶ୍ରେଣୀ ଭୁକ୍ତ କରାଯାଇଛି । ମାଲକାନଗିରି ଜିଲ୍ଲା ଉପ ସେବାକେନ୍ଦ୍ର ପରିସରରେ ଆୟୋଜିତ ଆଧ୍ୟାତ୍ମିକ ସଭାରେ ନବରଙ୍ଗପୁର ସବଜୋନ ନିର୍ଦ୍ଦେଶିକା ରୋଜଜୋଗିନୀ ବ୍ରହ୍ମକୁମାରୀ ନିଲମ ଜୀ ମାଲକାନଗିରି ଜିଲ୍ଲା ପରିଚାଳିକା ବ୍ରହ୍ମକୁମାରୀ ଜୟନ୍ତୀ ଭଉଣୀଙ୍କୁ ଉଚ୍ଚଶ୍ରେଣୀ ଭୁକ୍ତ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଏହି ଆଧ୍ୟାତ୍ମିକ ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ରାଜଯୋଗିନୀ ବ୍ରହ୍ମକୁମାରୀ ହୃଦୟ ମୋହିନୀ ଜୀ,ଅବିଭିକ୍ତ କୋରାପୁଟ ଜିଲ୍ଲା ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ରତ୍ନାମୋହିନୀ ଜୀ ଙ୍କ ସହିତ ନବରଙ୍ଗପୁର,ମାଲକାନଗିରି ର ବ୍ରହ୍ମକୁମାରୀ ମାନେ ଉପସ୍ଥିତ ଥିଲେ ।ଦୀର୍ଘ ୨୧ବର୍ଷପରେ ମାଲକାନଗିରି ଉପସେବା କେନ୍ଦ୍ର ସେବା କେନ୍ଦ୍ର ଭାବେ ଉଚ୍ଚ ଶ୍ରେଣୀ ଭୁକ୍ତ କରାଯାଇଥିବାରୁ ମାଲକାନଗିରି ଜିଲ୍ଲା ପ୍ରଜାପିତା ବ୍ରହ୍ମକୁମାରୀ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.