Home ଓଡ଼ିଶା ମିସ୍କଚର ଫ୍ୟାକ୍ଟ୍ରୀରେ ଲଗାଯାଇଥିବା ଭାଲୁଧରା ବିଦ୍ୟୁତ ଫାସରେ ପଡି ମହିଳା ମୃତ,ଉଦ୍ଧାର କରିବାକୁ ଯାଇଥିବା ସ୍ୱାମୀ...

ମିସ୍କଚର ଫ୍ୟାକ୍ଟ୍ରୀରେ ଲଗାଯାଇଥିବା ଭାଲୁଧରା ବିଦ୍ୟୁତ ଫାସରେ ପଡି ମହିଳା ମୃତ,ଉଦ୍ଧାର କରିବାକୁ ଯାଇଥିବା ସ୍ୱାମୀ ଆହତ,ମିକ୍ସଚର ଫ୍ୟାକ୍ଟ୍ରୀ ମାଲିକ ଗିରଫ

112

ମାଲକାନଗିରି,୨୮ା୯ (ଓଡିଆ ପୁଅ ) ଭାଲୁ ଧରିବା ପାଇଁ ମିକ୍ସଚର ଫ୍ୟାକ୍ଟ୍ରୀ ରେ ଲଗାଯାଇଥିବା ବିଦ୍ୟୁତ ଫାସରେ ପଡି ଜଣେ ଆଦିବାସୀ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଉଦ୍ଧାରକରିବାକୁ ଯାଇ ମହିଳାଙ୍କ ସ୍ୱାମୀ ଆହତ ହୋଇଛନ୍ତି ,ଏହି ଘଟଣାର ପୁଲିସ ତଦନ୍ତକରି ମିକ୍ସଚର ଫ୍ୟାକ୍ଟ୍ରୀ ମାଲିକଙ୍କୁ ଗିରଫ କରିଛି । ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ଏମଭି୧୭ ଗ୍ରାମ ମୁଣ୍ଡରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରୀ ରେ । ସୁଚନା ଯୋଗ୍ୟ ଯେ ଏମଭି୧୭ ଗ୍ରାମ କୁ ନିୟମିତ ଭାବେ ଜଙ୍ଗଲରୁ ଏକ ଭାଲୁ ଆସି ଗ୍ରାମବାସୀଙ୍କ ପନିପରିବା ଚାଷ ନଷ୍ଟ କରିବା ସହିତ ଗାଁ ମୁଣ୍ଡରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରୀରେ ପ୍ରେବେଶ କରି ବହୁତ କ୍ଷତିଘଠାଉଥିଲା । ଗ୍ରାମବାସୀ ମାନେ ଏ ସଂପର୍କରେ ବନବିଭାଗକୁ ଜଣାଇ ଆସୁଥିଲେ ମଧ୍ୟ ବନବିଭାଗ ନିରବ ରହିଥିବାରୁ ବାଧ୍ୟହୋଇ ମିକ୍ସଚରଫ୍ୟାକ୍ଟ୍ରୀ ମାଲିକ ଭାଲୁ ଧରିବା ପାଇଁ ରାତ୍ରରେ ମକ୍ସଚର କାରଖାନା ଚାରିପାଖରେ ବିଦ୍ୟୁତ ସଂଯୋଗ କରି ତାରବାଡ ଜାଲ ର ଫାସ ବିଛାଇ ଦେଇଥିଲେ । ସେହି ମିକ୍ସଚର କାରଖାନାକୁ ନିକଟସ୍ଥ ପେଡାକୋଣ୍ଡା ଗ୍ରାମର ଦେବେ ମାଡି ଓ ତାଙ୍କ ପତ୍ନୀ ଉରେ ମାଡି ଆଦିବାସୀ ଦମ୍ପତି ନିୟମିତ ଭାବେ ଜାଳେଣି କାଠ ଯୋଗାଇ ଥାନ୍ତି । ସବୁଦିନପରି ଆଜି ସକାଳୁ ସେହି ଦମ୍ପତି କାଠଧରି ମିକ୍ସଚର ଫ୍ୟାକ୍ଟ୍ରୀ ଭିତରକୁ ପ୍ରବେଶ କରିଥିଲେ, ସେମାନେ ଜାଣି ନଥିଲେ କାରଖାନା ମାଲିକ ଭାଲୁ ଧରିବା ପାଇଁ ବିଦ୍ୟୁତ ଫାସବିଛାଇ ଛନ୍ତି ବୋଲି । ପ୍ରଥମେ ମହିଳା ଉରେ ମାଡି ଗେଟ ନିକଟକୁ ଯାଇ ଗେଟ ଖୋଲିବାରୁ ଭାଲୁଧରା ଫାସରେ ଦୁର୍ଭାଗ୍ୟ ବଶତଃ ତାଙ୍କ ଗୋଡ ପଡିଯିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଲଟକି ରହି ଚିତ୍କାର କରିଥିଲେ,ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ୱାମୀ ଦେବେ ମାଡି ମଧ୍ୟ ବିଦ୍ୟୁତ ଆଘାତାରେ ଦୁରକୁ ଛିଟିକି ପଡିଥିଲେ । ସେମାନଙ୍କ ଚିତ୍କାର ଶୁଣି କାରଖାନା ମାଲିକ ଓ ଗ୍ରାମବାସୀ ମାନେ ସେଠାରେ ପହଁଚି ଆଦିବାସୀ ଦମ୍ପତି ଙ୍କୁ ସଙ୍ଗେ ସଙ୍ଗେ ମାଲକାନଗରି ଜିଲ୍ଲାହସପିଟଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ । ହସପିଟାଲରେ ପହଁଚିବା ପରେ ଡାକ୍ତର ମହିଳା ଉରେ ମାଡି ଙ୍କୁ ମୃତ ଘୋଷଣା କରିଛନ୍ତି । ଆହତ ଦେବେ ହସପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡିଛି । ଏ ସଂପର୍କରେ ମାଲକାନଗିରି ଥାନା ରେ ଗ୍ରାମବାସୀ ମାନେ ଜଣାଇବା ପରେ ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ଙ୍କ ସହ ପୁଲିସ ମାନେ ହସପିଟାଲରେ ପହଁଚି ମହିଳାଙ୍କ ମୃତ ଶରୀର ଜବତ କରି ଶବ ବ୍ୟବଛେଦ ସରିବାପରେ ପରିବାରଙ୍କୁ ମହିଳାଙ୍କ ମୃତ ଶରୀର ହସ୍ତାନ୍ତର କରିଛନ୍ତି ।ଏ ସଂପର୍କରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମିକ୍ସଚର ଫ୍ୟାକ୍ଟ୍ରୀ ମାଲିକ ଶ୍ରୀକ୍ରିଷ୍ଣା ଦେବନାଥ ଙ୍କୁ ଗିରଫ କରିଛନ୍ତି । ମିକ୍ସଚର ଫ୍ୟାକ୍ଟ୍ରୀ ମାଲିକଲଗାଇଥିବା ବିଦ୍ୟୁତ ଫାସରେ ଭାଲୁ ଧରା ପଡିବା ବଦଳରେ ଜଣେ ମହିଳାଙ୍କ ଜୀବନ ଚାଲିଗଲା । ମିକ୍ସଚର ଫ୍ୟାକ୍ଟ୍ରୀ ମାଲିକ ଙ୍କ ୁପରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ସହ ମୃତ ମହିଳାଙ୍କ ପରିବାର ଙ୍କୁ ଉପଯୁକ୍ତ କ୍ଷତି ପୁରଣ ଦେବାସହିତ ଆହତ ଦେବା ମାଡିଙ୍କୁ ମାଗଣା ରେ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ପେଡାକୋଣ୍ଡା ଗ୍ରାମବାସୀ ମାନେ ଦାବିକରିଛନ୍ତି ।