Home ଜିଲ୍ଲା ପରିକ୍ରମା ବୋହୂ ମାଡ଼ରେ ଶ୍ୱଶୁର ଗୋଡ଼ ଭାଙ୍ଗିବା ଘଟଣାରେ ଅଭିଯୋଗ ଆଣିଲେ ଝିଅ

ବୋହୂ ମାଡ଼ରେ ଶ୍ୱଶୁର ଗୋଡ଼ ଭାଙ୍ଗିବା ଘଟଣାରେ ଅଭିଯୋଗ ଆଣିଲେ ଝିଅ

50

ବାହାନଗା,୩ା୭(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା କୋଚିଆକୋଇଲି ପଞ୍ଚାୟତ ଶଙ୍ଖଜଗନ୍ନାଥପୁର ଗ୍ରାମରେ ଏକ ଘରୋଇ କଳହ ଘଟଣାରେ ବୋହୂ ମାଡ଼ରେ ଶ୍ୱଶୁର ଜଗନ୍ନାଥ ଶିଅଳଙ୍କ ଗୋଡ଼ ଭାଙ୍ଗିବା ଭଳି ଘଟଣା ଘଟିଛି । ଶ୍ୱଶୁରର ଗୋଡ଼ ଭାଙ୍ଗିବା ପରେ ବୋହୂ ଶ୍ୱଶୁରକୁ ୧୦୮ ଆମ୍ବୁଲାନ୍ସରେ ସୋର ଚିକିତ୍ସା ପାଇଁ ନେଇ ଥିଲେ । । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଶ୍ୱଶୁରକୁ ବାଲେଶ୍ୱର ସ୍ଥାନାନ୍ତର କରିଥିବାର ଜଣାପଡ଼ିଥିଏଲ।। କିନ୍ତୁ ବୋହୂ ଘରେ ଆସି ଥିବା ବେଳେ ଶ୍ୱଶୁର କେଉଁଠାରେ ଅଛି କିଛି ଖୁଜ ଖବର ମିଳି ନଥିବା ବେଳେ ବୋହୂର ନଣନ୍ଦ ଦୁଇ ଜଣ ମଞ୍ଜୁଲତା ଓ ମମତା ସୋର ଥାନାରେ ଲିଖିତ ଅଭିଯୋଗ କରି ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଗତ ଜୁଲାଇ୧ତାରିଖ ଗୁରୁବାର ଦିନ କୌଣସି ଘରୋଇ କଳହ କାରଣରୁ ସେହି ଗ୍ରାମର ଜଗନ୍ନାଥ ଶିଅଳଙ୍କର ବୋହୂ ଲକ୍ଷ୍ମୀପିୟା ଓ ପୁତୁରା ବୋହୂ ସସ୍ମିତା ନିଜ ଶ୍ୱଶୁରଙ୍କର ମାଡ଼ ମାରି ଗୋଡ଼ ଭାଙ୍ଗି ଦେଇଥିବା ଘଟଣାରେ ଜଗନ୍ନାଥଙ୍କର ଦୁଇ ଝିଅ ମଞ୍ଜୁଲତା ଓ ମମତା ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ତାଙ୍କ ବାପା ଜଗନ୍ନାଥଙ୍କୁ ମାଡ଼ ମାରି ଗୋଡ଼ ଭାଙ୍ଗି ଦେବା ପରେ ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ । ସେହି ଆମ୍ବୁଲାନ୍ସରେ ନେଇ ବୋହୂ ଲକ୍ଷ୍ମୀପ୍ରିୟା କେଉଁଠିକୁ ନେଇ ଯାଇଛି । ପଚାରିବାରୁ ସଠିକ ଉତ୍ତର ମିଳୁ ନଥିବା ଅଭିଯୋଗ କରିଛନ୍ତି । ତେବେ ଜଗନ୍ନାଥଙ୍କର ଜଣେ ଦିବ୍ୟଙ୍ଗ ଝିଅ ଅଛି । ବାପା ଜଗନ୍ନାଥଙ୍କ ପାଖରେ ରହି ଆସୁଥିଲା । ବାପା ଜଗନ୍ନାଥ ଏବସ୍ଥା ପରେ ସେ ବିଭିନ୍ନ ବନ୍ଧୁ ଘରକୁ ଯାଇ ଖାଇବା ପିଇବା କରୁଥିବା ବେଳେ ଜଗନ୍ନାଥଙ୍କ ପୁଅ ଅରୁଣ ପିଟା ପିଟି କରି ଥିଲା । ଗାଁ ଲୋକେ ଏହାକୁ ବିରୋଧ କରିବାକୁ ସେଥିରୁ ସେ କ୍ଷାନ୍ତ ହୋଇ ଥିବାର ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପାଇ ସୋର ପୋଲିସ ତଦନ୍ତ କରୁଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.