Home ଓଡ଼ିଶା ପୁବ ର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଅସୁସ୍ଥ ,ଆଶୁ ଆରୋଗ୍ୟ କାମନା କଲେ ଜିଲ୍ଲାବାସୀ

ପୁବ ର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଅସୁସ୍ଥ ,ଆଶୁ ଆରୋଗ୍ୟ କାମନା କଲେ ଜିଲ୍ଲାବାସୀ

157

ମାଲକାନଗିରି,୩ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୁବ ର୍ତନ ବିଧାୟକ ତଥା ଓଡିଶା ବିଧାନ ସଭାର ପୁବ ର୍ତନ ଉପବାଚସ୍ପତି ଆଦିବାସୀ ନେତା ପ୍ରହ୍ଲାଦ ଦୋରାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗରୁତର ରହିଛି । ସେ ଗତ କିଛି ଦିନହେଲା ପେଟ ଓ ସ୍ୱାଶ ରୋଗରେ ପିଡିତ ଥିଲେ,ହଟାତ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥ ସମହସପିଟାଲ କୁ ଉଚ୍ଚତର ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି । ଶ୍ରୀ ଦୋରାଙ୍କ ନିଜଘର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ପାଙ୍ଗାମ ଆଦିବାସୀ ଗ୍ରାମରେ ,ଶ୍ରୀ ଦୋରା ଜଣେ ବରିଷ୍ଟ ଆଦିବାସୀ ନେତା ସହ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଦୁଇ ଦୁଇ ଥର ଓଡିଶା ବିଧାନ ସଭାର ଉପବାଚସ୍ପତି ଭାବେ ମନୋନିତ ହୋଇଥିଲେ । ସେ କିଛି ମାସ ପାଇଁ ବିଧାନ ସଭାର ବାଚସ୍ପତି ଦାଇତ୍ୱ ନେଇ ସୁଚାରୁଭାବେ କାର୍ଯ୍ୟ ତୁଲାଇଥିଲେ ।ତାଙ୍କର ଅସୁସ୍ଥ ଖବର ପାଇ ମାଥିଲି ଅଚଂଳବାସୀଙ୍କ ସହିତ ସମଗ୍ର ଜିଲ୍ଲାବାସୀ ଅଶୁଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.