Home ଜିଲ୍ଲା ପରିକ୍ରମା ଚୋରୀ ଅଭିଯୋଗ ରେ ୨ଜଣଙ୍କୁ ଗିରଫ କଲା ପୋଲିସ

ଚୋରୀ ଅଭିଯୋଗ ରେ ୨ଜଣଙ୍କୁ ଗିରଫ କଲା ପୋଲିସ

45

ବାହାନଗା,୩ା୭(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ଖ଼ନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ବିଷ୍ଣୁପୁ ଗ୍ରାମରେ ହୋଇଥିବା ଚୋରୀ ଅଭିଯୋଗରେ ଗୋପାଳପୁର ଫାଣ୍ଡି ଅଧିକାରୀ ହୃଦୟ ମାଧବ ଦାଶ ପଟ୍ଟନାୟକ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବାର ଜଣାପଡ଼ିଛି । ପୋଲିସ ସୂଚନା ଅନୁସାରେ ଗତ ଜୁନ ୨୪ ତାରିଖ ରାତିରେ ବିଷ୍ଣୁପୁର ଗ୍ରାମର ଶନ୍ତିଲତା ମାଝୀଙ୍କ ଘରୁ ଗଡ଼ରେଜ ଭାଙ୍ଗି ଦାମୀ ଲୁଗା ସୁନା ଗହଣା, ରୂପା ଗହଣା ଭଳି ଜିନିଷ ସହ ୪୦ହଜାର ଟଙ୍କା ଓ ଗ୍ରାଇଣ୍ଡର, ଆଇରନ, ଷ୍ଟେରିଓ ଚୋରୀ ହୋଇ ଥିବାର ଗୋପାଳପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇ ଥିଲା । ଏହି ଅଭିଯୋଗ ଆଧାରକୁ ଭିତ୍ତି କରି ଗୋପାଳପୁର ପୋଲିସ ତଦନ୍ତ ଜାରୀ ରଖିଥିଲେ । ତେବେ ବୁଧବାର ପୋଲିସ ଚଢାଉ କରି ସେହି ଗ୍ରାମର ପଙ୍କଜ ଦାସଅଧିକାରୀଙ୍କ ପୁଅ ଶୁଭାଷିଶ(୩୧), ଶଶିକାନ୍ତ ମହାଳିକଙ୍କକ ପୁଅ ସୂର‌୍ୟ୍ୟକାନ୍ତ ଓରଫ ହଗୁରୁ (୨୨)କୁଗିରଫ କରି ୩/୭/୨୧ରେ କେଶ ନଂ ୧୯୧/୨୧ରେ ଦଫା ୪୫୭, ୩୮୦, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇ ଦେଇଥିବାର ଜଣାପଡ଼ିଛି । ଉକ୍ତ ଚୋରଙ୍କ ସହ ଅଞ୍ଚଳର କିଛି ଚୋରଙ୍କ ସମ୍ପୃକ୍ତି ଥିବାର ଗୋପାଳପୁର ପୋଲିସ ସୂରାକ ପାଇ ଥିବାର ସୂଚନା ଦେଇଛି । ତେବେ ଖୁବ ଶିଘ୍ର ସେମାନଙ୍କୁ ନିଜ ହେପାଜତକୁ ଆଣିବାକୁ ଗୋପାଳପୁର ଫାଣ୍ଡି ଅଧିକାରୀ ଶ୍ରୀ ଦାସ ପଟ୍ଟନାୟକ ସୂଚନା ଦେଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.