Home କେନ୍ଦୁଝର ବୋହୁ ମାଡରେ ଶାଶୁୁ ଗୁରୁତର ଅଭିଯୋଗ

ବୋହୁ ମାଡରେ ଶାଶୁୁ ଗୁରୁତର ଅଭିଯୋଗ

42

ହାଟଡ଼ିହି, ୧୩ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ରାମଚନ୍ଦ୍ରପୁର ଥାନା ଜନାର୍ଦ୍ଦନପୁର ଗ୍ରାମରେ ଘଟିଯାିଛି ଏକ ଅଭାବନୀୟ ଘଟଣା । ବୋହୁର ମାଡରେ ଶାଶୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗରୁ ଜଣାଯାଇଛି ଯେ ଗତକାଲି ସକାଳ ୧୧ଟାରେ ବେଳେ କୁରୁକୁରେ ଖାଇବାକୁ ନେଇ ଗ୍ରାମର ଶାଶୁ କାମିନୀ ଦାସ(୫୦) ଓ ତାଙ୍କ ବୋହୁ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏନେଇ ବୋହୁ ଜଣକ ସନ୍ଧ୍ୟାରେ ତାର ଭାଇକୁ ଡକାଇ ଥିଲା । ଉଭୟେ ମିଶି ଶାଶୁ କାମିନୀକୁ ନିସ୍ତୁକ ପିଟିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହେବାସହ ଗୁରୁତର ଆହତ ହୋଇଥିଲେ । କାମିନୀଙ୍କ କିଛି ସମ୍ପର୍କୀୟ ପହଞ୍ଚି ତାଙ୍କୁ ପ୍ରଥମେ ଆନନ୍ଦପୁର ୁପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.