Home କେନ୍ଦୁଝର ଗାଁରୁ ବାସନ୍ଦ ହେବା ଘଟଣା, ଜାତୀୟ ମାନବାଧିକାର କୋର୍ଟରେ ମାମଲା ରୁଜୁ

ଗାଁରୁ ବାସନ୍ଦ ହେବା ଘଟଣା, ଜାତୀୟ ମାନବାଧିକାର କୋର୍ଟରେ ମାମଲା ରୁଜୁ

36

ହାଟଡ଼ିହି, ୧୩ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ନୁଆରମ୍ପାସ ଗ୍ରାମରେ ଗୋଟିଏ ପରିବାର ଗାଁ ଲୋକଙ୍କ ନିଷ୍ପତି ନମାନିବାରୁ ତାଙ୍କୁ ଗାଁରୁ ବାସନ୍ଦ କରାଯିବା ପ୍ରତିବାଦରେ ପରିବାର ଲୋକମାନେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ଘଟଣାକୁ ନେଇ ମନବାଧିକାର କମିସନଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି । ମାନବାଧିକାର କର୍ମୀ ହିମାଶୁଂ ନାୟକ ଏନେଇ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିବାପରେ ମାନ୍ୟବର କମିସନ ଏହାକୁ ଗ୍ରହଣ କରି ୨୪୪୯ / ଆଇଏନ / ୨୦୨୧ରେ ମାମଲା ରୁଜୁ କରିଛନ୍ତି । ସେ ଏନେଇ ବାସନ୍ଦର ଶୀକାର ହୋଇଥିବା ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା, ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କଠୋର କାର‌୍ୟ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଏସ.ପିଙ୍କୁ ନିର୍ଦ୍ଦେର୍ଶ ଦେବା ଓ ଗାଁରେ ବିଶ୍ୱୃଙ୍ଖଳା ଲାଗିରହିଥିବାରୁ ତୁରନ୍ତ ଏକ ଶାନ୍ତିକମିଟି ଗଠନ କରି ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ କେନ୍ଦୁଝର ଜିଲ୍ଲାପଳଙ୍କୁ ନିର୍ଦ୍ଦେଶ ଦେବାପାଇଁ ଶ୍ରୀ ନାୟକ ଜାତୀୟ ମାନାବାଧିକାର କମିସନଙ୍କୁ ନିବେଦନ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗ୍ରାମର ମହେଶ୍ୱର ସୁତାର ଓ ତାଙ୍କ ପଡୋଶୀ କୃଷ୍ଣଚନ୍ଦ୍ର ସୁତାରଙ୍କ ମଧ୍ୟରେ ରାସ୍ତାକୁ ନେଇ ବିବାଦ ଲାଗିରହିଥିଲା । ଏନେଇ ପରଷ୍ପର ମଧ୍ୟରେ ବହୁବାର ଝଗଡା ଲାଗି ରହିଥିଲା । ପରେ ଏହାର ସମାଧାନ ପାଇଁ ଗାଁରେ ବୈଠକ ବସିଥିଲା । କିନ୍ତୁ ବୈଠକରେ ଏକତରଫା ନିଷ୍ପତି ହେବାରୁ ମହେଶ୍ୱର ଏହି ନିଷ୍ପତିକୁ ମାନି ନଥିଲେ । ସେଥିପାଇଁ ଗାଁର କିଛି ଭଦ୍ରବ୍ୟକ୍ତି ମିଳିତ ହୋଇ ମହେଶ୍ୱରଙ୍କୁ ଏକଘରକିଆ କରିବାକୁ ନିଷ୍ପତି ନେଇଥିଲେ । ବୈଠକରେ ହୋଇଥିବା ନିଷ୍ପତି ଅନୁଯାଇ ମହେଶ୍ୱରଙ୍କ ସହିତ ଯେ କଥା ହେବ ଏକ ହଜାର ଜୋରିମାନା ଦେବାକୁ ନିଷ୍ପତି ହୋଇଥିଲା । ଗତ ୧୦ତାରିଖ ସକାଳେ ଜଣେ ଗ୍ରାମବାସୀ ଗାଁ ସାରା ବୁଲି ବୁଲି ଘଣ୍ଟ ବଜାଇ ଗାଁର ଏହି ନିଷ୍ପତିକୁ ଶୁଣାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣାରେ ମହେଶ୍ୱର ଓ ତାଙ୍କ ପରିବାର ମାନସିକ ଦୁଶ୍ଚିନ୍ତାରେ ମର୍ମାହତ ହୋଇପଡଥିଲେ । ତାଙ୍କୁ ଗାଁ ମନ୍ଦିର, ସ୍କୁଲ ଟ୍ୟୁସନ ଆଦି ବାରଣ କରାଯିବାରୁ ତାଙ୍କର ଏକ ଶିଶୁ ଟିଉସନରୁ ବଞ୍ଚିତ ହୋଇଥିଲା । ଫଳରେ ତାଙ୍କ ପରିବାର ଲୋକେ ୩ଦିନ ଧରି ଖିଆପିଆ ମଧ୍ୟ କରିପାରି ନାହାନ୍ତି । ସେଥିପାଇଁ ସେ ଓ ତାଙ୍କ ପରିବାର ଲୋକେ ଗତକାଲି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ଧାରଣାରେ ବସିଥିଲେ । ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ନନ୍ଦିପଦା ପୁଲିସକୁ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାପରେ ଯାଇ ମହେଶ୍ୱରଙ୍କ ପରିବାର ଲୋକେ ଧାରଣାରୁ ହଟିଥିଲେ । କିନ୍ତୁ ଏପରି କଙ୍ଗାରୁ କୋର୍ଟ ଦ୍ୱାରା ଜଣେ ସାଧାରଣ ଲୋକର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାରୁ ଏଥିପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ମହେଶ୍ୱର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.