Home ଓଡ଼ିଶା ବୋଲେରୋ ଓଲଟି ୪ ଗୁରୁତର

ବୋଲେରୋ ଓଲଟି ୪ ଗୁରୁତର

108

ବାଲିଗୁଡା, ୨୦/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଡୁମ୍ବୁରିନାଳ ପୋଲଠାରେ ରାତି ପ୍ରାୟ ୯ଟାରେ ଏକ ବୋଲେରୋ ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ହୋଇଛନ୍ତି।

ସେମାନେ ହେଲେ ଚକାପାଦ ଗ୍ରାମର ଭବାନୀ ଶଙ୍କର ସାହାଣୀ, କାବାଲାଗାଁ ର କେଦାରନାଥ ଦିଗାଳ, ଟିକାବାଲିର ରମାକାନ୍ତ ପ୍ରଧାନ, ରିଣ୍ଟୁ ଦିଗାଳ। ଆହତଙ୍କୁ ପ୍ରଥମେ ଗୁମାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବୋଲେରୋ ଟିକାବାଲିରୁ ଶଙ୍କରାଖୋଲ ଅଭିମୁଖେ ଆସୁଥିବାବେଳେ ଡୁମ୍ବୁରିନାଳ ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.