Home ଓଡ଼ିଶା ବୋଲେରୋକୁ ପଛରୁ ପିଟିଲା କାର, ୨ଗୁରୁତର

ବୋଲେରୋକୁ ପଛରୁ ପିଟିଲା କାର, ୨ଗୁରୁତର

160

ବାହାନଗା, ୨ା୧୦(ଭାରତୀ ଦାସ / ଓଡ଼ିଆ ପୁଅ )-ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବିଦୁ ନାୟକ ବନ୍ଧ ନିକଟ ଏକ ପେଟ୍ରୋଲପମ୍ପ ନିକଟ ଡାଇଭରସନରେ ଏକ ମମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଗାଡ଼ିରେ ଚଳାଉଥିବା ଡ୍ରାଇଭର ସମେତ ଜଣେ ମହିଳା ଗୁରୁତର ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଶୁକ୍ରବାର ସକାଳେ ନାୟକବନ୍ଧ ପେଟ୍ରୋଲପମ୍ପ ନିକଟ ଡାଇଭରସନ ଆଗରେ ଏକ ବୋଲେରୋ ଯାଉଥିଲା। ଡାଇଭରସନ ନିକଟରେ ସେ ବ୍ରେକ ମାରିଥିଲା। ସେହି ସମୟରେ ବାଲେଶ୍ୱର ଆଡ଼ୁ ଦ୍ରୁତ ଗତିରେ ଏକ କାର (ଜେଏଚ ୦୧ବିଏଫ-୫୨୩୧) ପଛ ପଟୁ ଭାରସାମ୍ୟ ହରାଇ ପିଟିଥିଲା। ଫଳରେ କାରଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ସେଥିରେ ଥିବା ଡ୍ରାଇଭର ଗୁରୁତର ହେବା ସହ ମହିଳା ଜଣେ ଗୁରୁତର ହୋଇ ଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଡ୍ରାଇଭରକୁ କାର ଭିତରୁ ବାହାର କରି ୨ଜଣଙ୍କୁ ସୋର ଡାକ୍ତର ଖାନା ପଠାଇଥିବାର ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.