Home କେନ୍ଦୁଝର ବୋଡାକୁ ଗିଳିଲା ଗୋଖର

ବୋଡାକୁ ଗିଳିଲା ଗୋଖର

307

ହାଟଡ଼ିହି, ୬ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାଳବଣୀ ଗାଁରେ ଏକ ବୋଡା ସାପକୁ ଦୁଇଟି ନାଗଜାତୀୟ ସାପ (ଗୋଖର ଓ ତମ୍ପସାପ) ଗିଳିବା ଘଟଣା ଆଲୋଚନାର ବିଷୟ ପାଲଟିଛି । ଗୋଟିଏ ପଟୀୁ ଗୋଖର ସାପ ଗିଳୁଥିବାବେଳେ ଅନ୍ୟ ପଟୁ ଏକ ତମ୍ପ ସାପ ଗିଳୁଥିବା ଦେଖିବାକୁ ମିଳିଥିଲା । ଗତକାଲି ଅପରାହ୍ନରେ ଏକ ଗୋଖର ସାପ ଏକ ବୋଡା ସାପର ମୁଣ୍ଡପଟୁ ଗିଳୁଥିବା ଦେଖାଯାଇଥିଲା । ଏହା ଶୁଣିବାପରେ ବହୁ ଲୋକ ସେଠାରେ ଜମା ହୋଇଯାଇଥିଲେ । ଲୋକଙ୍କ ଉପସ୍ଥିତିରେ ଅନ୍ୟ ଏକ ତମ୍ପ ସାପ ହଠାତ ଆସି ବୋଡା ସାପଟିର ଲାଞ୍ଜ ପଟରୁ ଗିଳିବାକୁ ଆରମ୍ଭ କରିଥିଲା । ଏହାଦେଖି କିଛି ଲୋକ ବାଡି ସାହାଯ୍ୟରେ ତମ୍ପ ସାପଟିକୁ ଘଉଡାଇ ଦେବାରୁ ସେ ବୋଡା ସାପଟିକୁ ଛାଡି ଏକ ବାଉଁଶ ପଳାଇଥିଲା । ଗୋଖର ସାପଟି ବୋଡା ସାପଟିକୁ ଗିଳିସାରିବାର ଦୀର୍ଘ ସମୟ ଗୋଟିଏ ସ୍ଥାନରେ ରହିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.