Home ଜିଲ୍ଲା ପରିକ୍ରମା ସାମାଜିକ ଜୀବନରେ ‘ଜ୍ଞାନଘର’ ଏକ ଆଲୋକ ବର୍ତ୍ତିକା ସାଜିବ

ସାମାଜିକ ଜୀବନରେ ‘ଜ୍ଞାନଘର’ ଏକ ଆଲୋକ ବର୍ତ୍ତିକା ସାଜିବ

82

ନୟାଗଡ଼, ୧୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ପବିତ୍ର ରାସପୂର୍ଣ୍ଣମୀ ଅବସରରେ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଠାରେ ଦର୍ପଣ ପବ୍ଲିକେଶନ ତଥା ସାହିତ୍ୟିକ ଗୀତିକଳ୍ପ ହରିଶ ପ୍ରଧାନଙ୍କ ସଭାପତିତ୍ୱରେ ‘ଜ୍ଞାନଘର’ ଉନ୍ମୋଚିତ ହୋଇଯାଇଛି। ଓଡ଼ଗାଁ ରୋହି୍‌ବାଙ୍କ ଗ୍ରାମର ଶିକ୍ଷକ ଦମ୍ପତ୍ତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ମିଳିତ ଉଦ୍ୟମରେ ସାମାଜିକ ଜୀବନକୁ ସରସ ସୁନ୍ଦର କରି ଦୈନନ୍ଦିନ ସତ୍‌ମାର୍ଗରେ ନିଜକୁ ଓ ଅନ୍ୟମାନଙ୍କୁ ସୁଗମ ପଥରେ ଯିବାପାଇଁ ମହାପୁରୁଷମାନଙ୍କର ବାଣୀକୁ ସ୍ଥାନିତ କରି ସାଧାରଣ ପାଠକଙ୍କ ହିତ ଦୃଷ୍ଟିରେ ପ୍ରକାଶ ପାଇଛି ଏହି ପୁସ୍ତକ। ଯିଏ ଯେତେ ପ୍ରକାର ଘର କରି ରହିଲେବି ଜ୍ଞାନଘରେ ଘର କରି ରହିବା ନିହାତି ପକ୍ଷେ ଅନନ୍ୟ। ଏକ ନୂତନ ଚିନ୍ତାଧାରାକୁ ନେଇ ‘ଜ୍ଞାନଘର’ ଗଢି ସାମାଜିକ ସଂସ୍କାରରେ ଅନ୍ୟପାଇଁ ପଥ ପ୍ରଦର୍ଶକ ହେବା ନିଶ୍ଚୟ ଦୂରୁହ ବ୍ୟାପାର ଓ ଉନ୍ନତ ଚିନ୍ତାଧାରାର କଥା। ପାଠକ ମହଲରେ ଜ୍ଞାନଘର ନିଶ୍ଚୟ ସାମାଜିକ ଜୀବନରେ ଏକ ଛୋଟ ଆଲୋକ ବର୍ତ୍ତିକା ସାଜି ଜ୍ଞାନ ଆହରଣର ବାର୍ତ୍ତା ଦେବ ବୋଲି ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ସାହିତ୍ୟିକ ବିଶ୍ୱନାଥ ମହାପାତ୍ର, ଦାମୋଦର ସାହୁ, ଲଳିତ ମୋହନ ମିଶ୍ର, ଉମେଶ ଚନ୍ଦ୍ର ମହାପାତ୍ର, କବି ଗୋଦାବରୀଶ ମିଶ୍ର, ଏମ୍ ଆଉରଙ୍ଗଦେବ, ମଦନ ମଲ୍ଲିକ, ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ସୁରେନ୍ଦ୍ର ନାଥ ପ୍ରଧାନ, କିଶୋର ମହାପାତ୍ର, ଜିତେନ୍ଦ୍ର ମହାପାତ୍ର, ପ୍ରଭାତ ମହାପାତ୍ର, ମଧୁସୂଦନ ପରିଡ଼ା, ବିକ୍ରମ କେଶରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ।। କାର୍ଯ୍ୟକ୍ରମକୁ ଯଯାତି କେଶରୀ ମହାପାତ୍ର ପରିଚାଳନା କରିଥିଲାବେଳେ ପ୍ରଭାତ ମହାପାତ୍ର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.