Home ଜିଲ୍ଲା ପରିକ୍ରମା ଅନନ୍ତ ଡିଏଭି ପବ୍ଲିକ ସ୍କୁଲର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

ଅନନ୍ତ ଡିଏଭି ପବ୍ଲିକ ସ୍କୁଲର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

116

ତାଳଚେର,୨୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍‌.ସି.ଏଲ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ ସ୍କୁଲ, ଅନନ୍ତ ବିହାର ର ୨୩ତମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ଼-୧୯ ପାଇଁ ଜାରି ହୋଇଥିବା ନିୟମାବଳୀକୁ ସମ୍ମାନ ଜଣାଇ ଏହି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ସମଗ୍ର ବିଶ୍ୱର କଲ୍ୟାଣାର୍ଥେ ଏହି ଉତ୍ସବର ମୂଖ୍ୟ ଅତିଥି ଜଗନ୍ନାଥ କ୍ଷେତ୍ରର ଏପିଏମ୍ ସୁଖଦେବ ସେଠ୍ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ରଙ୍କ ଦ୍ୱାରା ବିଶ୍ୱ ଶାନ୍ତି ଯଜ୍ଞର ଆୟୋଜନ କରାଯାଇଥିଲା । ବୈଦିକ ମନ୍ତ୍ରର ନିନାଦରେ ଯଜ୍ଞାହୁତି ପ୍ରଦାନ ପୂର୍ବକ ମୂଖ୍ୟ ଅତିଥି ଶ୍ରୀ ସେଠ୍ ବିଶ୍ୱର କଲ୍ୟାଣ କାମନା କରିଥିବା ବେଳେ ଅଧ୍ୟକ୍ଷା ଜ୍ୟୋତି ମିଶ୍ର ବିଦ୍ୟାଳୟର ପ୍ରତିଷ୍ଠା ଠାରୁ ବର୍ତମାନ ବିଦ୍ୟାଳୟର ବିକାଶ ପଥ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁବ୍ରତ ପାଣି ଏବଂ ରବି ନାରାୟଣ ପଣ୍ଡାଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି ଅବସରରେ ଡିଏଭି ପବ୍ଲିକ ସ୍କୁଲ ସମୁହର ଆଂଚଳିକ ଅଧିକାରୀ ଲୋକନାଥ ପ୍ରଧାନ ଗୁଗୁଲ ମିଟ୍ ମାଧ୍ୟମରେ ବିଦ୍ୟାଳୟର ଅଧ୍ୟକ୍ଷା,ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ତାଙ୍କ ଭର୍ଚୁଆଲ ବାର୍ତା ପ୍ରେରଣ କରିବାସହ ଏମ୍‌.ସି.ଏଲ କର୍ତୃପକ୍ଷଙ୍କ ସମୟପୋଯୋଗୀ ସହଯୋଗ ଓ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରମାନେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ନଥିବାରୁ ସେମାନେ ଘରେ ରହି ଯେଉଁ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ ତାହାର ଏକ ଝଲକ ଭିଡ଼ିଓ ମାଧ୍ୟମରେ ଉପସ୍ଥାପନ କରିବାପାଇଁ ମୂଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରିଶେଷରେ ଶିକ୍ଷକ ପ୍ରଭାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.