Home କେନ୍ଦୁଝର ବୈତରଣୀ ନଦୀର ରାଘବପୁର ଘାଟ ନିକଟରୁ ବେଆଇନି ବାଲି ଉଠାଣ

ବୈତରଣୀ ନଦୀର ରାଘବପୁର ଘାଟ ନିକଟରୁ ବେଆଇନି ବାଲି ଉଠାଣ

185

ହାଟଡିହି, ୯ । ୭ : (ଓଡିଆପୁଅ) ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ରାଘବପୁର ବୈତରଣୀ ନଦୀର ଘାଟରୁ ବେଆଇନି ଭାବେ ବାଲି ଉଠାଣ ହେଉଥିବା ଅଭିଯୋଗ ହେଉଛି । ତହସିଲ ପ୍ରଶାସନ ପକ୍ଷରୁ ଏଠାରେ ବାଲିଘାଟ ଲିଜ ଦିଆଯାଇ ନଥିବାବେଳେ କିଛି ଗ୍ରାମବାସୀ ସଂଘବଦ୍ଧ ହୋଇ ବେଆଇନି ବାଲି ଉତ୍ତୋଳନ କରୁଛନ୍ତି । ପ୍ରତିଦିନ ଶହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଥିବାବେଳେ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ହେଉଥିବା ଅଭିଯୋଗ ହେଉଛି । ଏପରିକି ସ୍ଥାନୀୟ ଲୋକମାନେ ନିଜ ନିଜ ଘର ସମ୍ମୁଖରେ ୫୦ରୁ ୬୦ଟ୍ରିପ ଲେଖାଏଁ ବାଲି ଘର ସମ୍ମୁଖରେ ବେଆଇନି ଭାବେ ଗଚ୍ଛିତ ରଖି ବିକ୍ରୀ ମଧ୍ୟ କରୁଛନ୍ତି । ଯଦି କେହି ବାହାର ଲୋକ ବାଲିଘାଟକୁ ଯିବାକୁ ଇଛା କରୁଛନ୍ତି ତେବେ ତାଙ୍କୁ ଛଡା ଯାଉନାହିଁ । ସେମାନଙ୍କ ପାଇଁ ଗେଟ ପକାଇ ଦିଆଯାଉଛି । ଯାହାଦ୍ୱାରାକି କେହି ବାହାର ଲୋକ ଭିତରକୁ ଯାଇ ଏହାର ଫଟୋ ଉତ୍ତୋଳନ କରିପାରିବେ ନାହିଁ କି ବାଲି ଚୋରା ଚାଲାଣ ହେଉଛି ତାହା ଜାଣି ପାରିବେ ନାହିଁ । ହାଟଡିହି ତହସିଲ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.