Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ଆଉ ୨ ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ଆଉ ୨ ଆକ୍ରାନ୍ତ ଚିହ୍ନଟ

181

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ ଆଜି ଆଉ ୨ କରୋନା ପଜିଟିଭ ବାହାରିଛନ୍ତି । ଆଜି ଏହି ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୯ ହୋଇଛି । ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୨୫୮ରେ ପହଞ୍ଚିଛି । ଆକ୍ଟିଭ କେଶ ୨୦ ରହିଛି । ମୋଟ ଜିଲ୍ଲାରୁ ୧୧ହଜାର ୧୫୪ ନମୁନା ପରୀକ୍ଷା ସରିଛି ବୋଲି ଜିଲ୍ଲାପାଳ ଡ, ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏଥି ସହିତ ଘରକୁ ଘର ବୁଲି ଆଶାକର୍ମୀ, ଏଏନ୍‌ଏମ, ଅଙ୍ଗନୱାଡି କର୍ମଚାରୀ ସ୍ୱାସ୍ଥ୍ୟ ସମ୍ପର୍କୀତ ସୂଚନା ସଂଗ୍ରହ କରୁଛନ୍ତ୍‌ି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ ଭିତରୁ ବାହାରିଥିବାରୁ ସଂପୃକ୍ତ କଣ୍ଟେନମେଣ୍ଟଜୋନର କଟକଣା ସମୟସୀମାକୁ ୧୪ ଦିନ ବୃଦ୍ଧି କରାଯାଇଛି । ଜଣେ ଚିହ୍ନଟ ଭଦ୍ରକ ପୌରପାଳିକାର ପୁରୁଣାବଜାର ଡି.ଏନ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମସିରୁ ବାହାରିଥିବା ବେଳେ ଅଜ୍ୟଜଣେ ତିହିଡି ବ୍ଲକ ଭାଟପଡା ପଞ୍ଚାୟତର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିର ବୋଳି ସୂଚନା ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.