Home ଓଡ଼ିଶା ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା ଦ୍ୱିତୀୟ ଦିନରେ

ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା ଦ୍ୱିତୀୟ ଦିନରେ

97

ପୁରୀ ୦୯-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସେସୁ ମିଟର ରିଡିଂଙ୍ଗ୍ ଓ ବିଲ୍ କଲେକ୍ସନ୍ କର୍ମଚାରୀ ସଂଙ୍ଘ ତରଫରୁ ପୁନଃ ନିଯୁକ୍ତି ଓ ବକେୟା ଟଙ୍କା ଦାବିକରି ସେସୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମ୍ମୁଖରେ ଦେଇଥିବା ଧାରଣା ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି। ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଓ ସେସୁ ଅଧିକାରୀ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ନୋଟିସ୍ ପ୍ରଦାନକରିଥିଲେ। କିନ୍ତୁ ଶ୍ରମ ଅଧିକାରୀ ଓ କାର୍ଯ୍ୟାଳୟରେ କର୍ମଚାରୀ ମାନେ ଉପସ୍ଥିତ ଥିଲେ ମଧ୍ୟ ସେସୁ କିମ୍ବା କମ୍ପାନୀର କୌଣସି ଅଧିକାରୀ ଯାଇନଥିଲେ। ଅପରପକ୍ଷରେ ନୂତନ ପିଲାଙ୍କୁ ନିଯୁକ୍ତି ଦେବାରେ ମସୁଧା ଚଳାଇଛନ୍ତି। ଏହାର ପ୍ରତିବାଦରେ ସଂଘ ର କର୍ମକର୍ତ୍ତା ଆଇନ୍‌ଜୀବି ଶ୍ରୀକାନ୍ତ ପରିଜା, ନୃସିଂହ ଚରଣ ଦାସ, ଏସ୍‌କେ ଆଜାଦ୍, ଶରତ ଚନ୍ଦ୍ର ଦାସ, ସନ୍ତୋଷ କୁମାର ମିଶ୍ର, ଶୁସାନ୍ତ କୁମାର ମିଶ୍ର, ଏହି ଧାରଣା ଅବ୍ୟାହତ ରହିବା ସହ ଆସନ୍ତା ସୋମବାର ମଧ୍ୟରେ ସମସ୍ତ କାର୍ଯ୍ୟାରତ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାନଗଲେ, ଆନ୍ଦୋଳନ ତୀବ୍ରତର ହେବବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.